ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ ଆଇପିଏଲ। ଆଜି ନଜର ପକାଇବା ଚଳିତ ସିଜନର ୫ ସର୍ବକନିଷ୍ଠ ଖେଳାଳିଙ୍କ ଉପରେ।
ମୁଶିର ଖାନ- ପଞ୍ଜାବ କିଙ୍ଗ୍ସ ପକ୍ଷରୁ ୨୦ ବର୍ଷ ୨୩ ଦିନର ମୁଶିର ଖାନଙ୍କୁ ସାଇନ କରାଯାଇଛି।
ସ୍ବସ୍ତିକ ଚିକାରା-ଆରସିବି ପକ୍ଷରୁ ୧୯ ବର୍ଷ ୩୫୩ ଦିନର ସ୍ବସ୍ତିକ ଚିକାରାଙ୍କୁ ସାଇନ କରାଯାଇଥିଲା।
କ୍ବେନା ମଫାକା- ରାଜସ୍ଥାନ ରୟାଲ୍ସ ପକ୍ଷରୁ ୧୮ ବର୍ଷ ୩୪୮ ଦିନର ଦକ୍ଷିଣ ଆଫ୍ରିକୀୟ ବୋଲର କ୍ବେନା ମଫାକାଙ୍କୁ ସାଇନ କରାଯାଇଛି।
ଆନ୍ଦ୍ରେ ସିଦ୍ଧାର୍ଥ-୧୮ ବର୍ଷ ୨୦୬ ଦିନର ସି ଆନ୍ଦ୍ରେ ସିଦ୍ଧାର୍ଥଙ୍କୁ ସାଇନ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ।
ବୈଭବ ସୂର୍ଯ୍ୟବଂଶୀ- ମାତ୍ର ୧୩ ବର୍ଷ ୩୬୦ ଦିନର ବୈଭବ ସୂର୍ଯ୍ୟବଂଶୀଙ୍କୁ ସାଇନ କରିଛି ରାଜସ୍ଥାନ ରୟାଲ୍ସ।