ପାକିସ୍ତାନ ଓ ଦୁବାଇରେ ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ଆସନ୍ତା ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ।
ଭାରତ ଏହାର ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ ଫେବୃଆରୀ ୨୦ ତାରିଖରେ ଖେଳିବ।
ଏହି ଟୁର୍ନାମେଣ୍ଟ ପାଇଁ ଭାରତର ଦୁଇ ସିନିୟର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ।
ଚାମ୍ପିୟନ୍ସ ଟ୍ରଫିରେ ବିରାଟ କୋହଲି ୨୦୦୯ରେ ଡେବ୍ୟୁ କରିଥିଲେ। ସେ ସମୁଦାୟ ୧୩ ମ୍ୟାଚ ଖେଳି ୫୨୯ ରନ କରିଛନ୍ତି।
ସେ ୫ ଅର୍ଦ୍ଧଶତକ ମାରିଥିବା ବେଳେ ୯୬ ତାଙ୍କର ହାଇଏଷ୍ଟ ସ୍କୋର ରହିଛି
ଅନ୍ୟ ପକ୍ଷରେ ବର୍ତ୍ତମାନର ଅଧିନାୟକ ରହିଥିବା ରୋହିତ ଶର୍ମା ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଡେବ୍ୟୁ କରିଥିଲେ। ସେ ଚାମ୍ପିୟନ୍ସ ଟ୍ରଫିରେ ୧୦ ମ୍ୟାଚ ଖେଳିଛନ୍ତି।
ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ ସହିତ ସେ ୪୮୧ ରନ ସ୍କୋର କରିଛନ୍ତି।