୪୩ ବର୍ଷ ବୟସରେ ଆଇପିଏଲରେ ଖେଳିବାକୁ ଯାଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ୨୦୦୮ରୁ ସେ ଚେନ୍ନାଇ ଦଳର ସଦସ୍ୟ ରହିଛନ୍ତି।
ଚଳିତ ବର୍ଷ ୪୦ ବର୍ଷୀୟ ଫାଫ ଡୁପ୍ଲେସିସଙ୍କୁ ସାଇନ କରିଛି ଡିସି।
୨୦୧୬ରେ ଖେଳିଥିବା ୪୫ ବର୍ଷୀୟ ବ୍ରାଡ ହଗ ଇତିହାସର ସବୁଠାରୁ ବୟସ୍କ ଖେଳାଳି ରହିଛନ୍ତି।
ବୟସ୍କ ଭାରତୀୟ ଖେଳାଳିଙ୍କ ରେକର୍ଡ ପ୍ରବୀଣ ତାମ୍ବେଙ୍କ ନାମରେ ରହିଛି।
୪୪ ବର୍ଷ ବୟସରେ ନିଜର ଶେଷ ମ୍ୟାଚ ଖେଳିଥିବା ତାମ୍ବେ ୪୧ ବର୍ଷ ବୟସରେ ଡେବ୍ୟୁ କରିଥିଲେ।
କିମ୍ବଦନ୍ତୀ ମୁଥେୟା ମୁରଲୀଧରନ ୪୨ ବର୍ଷ ବୟସରେ ଶେଷ ଆଇପିଏଲ ଖେଳିଥିଲେ।
୨୦୨୧ ସିଜନରେ ଇମ୍ରାନ ତାହିର ୪୨ ବର୍ଷ ବୟସରେ ଶେଷ ଥର ପାଇଁ ଆଇପିଏଲ ଖେଳିଥିଲେ।