ଚାମ୍ପିୟନ୍ସ ଟ୍ରଫିର ୮ ଫିନିଶର
Author: Saroj Kumar Jena | Credit: canva
ଆଇସିସି ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ଓ ଦୁବାଇରେ ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଦଳ ମ୍ୟାଚ ଫିନିଶ କରିବା ପାଇଁ କିଛି ଖେଳାଳିଙ୍କ ଉପରେ ନିର୍ଭର କରିଥାନ୍ତି। ୮ ଦଳର ଫିନିଶର ମାନଙ୍କ ଉପରେ ଏକ ନଜର...
Author: Saroj Kumar Jena | Credit: canva
ପାକିସ୍ତାନ: ପାକିସ୍ତାନ ଦଳର ଫିନିଶର ଭୂମିକାରେ ନଜର ଆସିବେ ସଲମାନ ଆଘା ଓ ତାୟାବ ତାହିର। ଉଭୟ ଖେଳାଳିଙ୍କ ଷ୍ଟ୍ରାଇକ ରେଟ ୧୨୫ ଉପରେ ରହିଛି।
Author: Saroj Kumar Jena | Credit: canva
ନ୍ୟୁଜିଲାଣ୍ଡ: କିୱି ଦଳର ଫିନିଶର ଭୂମିକାରେ ଗ୍ଳେନ ଫିଲିପ୍ସ ଓ ମାଇକେଲ ବ୍ରେସୱଲଙ୍କୁ ଦେଖିବାକୁ ମିଳିବ। ଫିଲିପ୍ସ ପାୱାର ହିଟର ଭାବରେ ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ବ୍ରେସୱେଲଙ୍କ ଷ୍ଟ୍ରାଇକ ରେଟ ୧୧୫ ରହିଛି।
Author: Saroj Kumar Jena | Credit: canva
ବାଂଲାଦେଶ: ଜାକର ଅଲୀ ଓ ତୋହିଦ ହ୍ରିଦୟ ବାଂଲାଦେଶ ଦଳର ପାୱାର ହିଟର ଭୂମିକାରେ ନଜର ଆସିବେ। ୱିକେଟ କିପର ଜାକର ନିକଟ ଅତୀତରେ ଦ୍ରୁତ ବ୍ୟାଟିଂ କରିଥିବା ବେଳେ ତୋହିଦ ହ୍ରିଦୟ ଟି୨୦ ବିଶ୍ବକପରେ ଭଲ ବ୍ୟାଟିଂ କରିଥିଲେ।
Author: Saroj Kumar Jena | Credit: canva
ଭାରତ: ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ଭାରତର ଫିନିଶର ଭୂମିକାରେ ନଜର ଆସିବେ। ଉଭୟ ଅନ୍ତର୍ଜାତୀୟ କ୍ରିକେଟରେ ବହୁତ ଅଭିଜ୍ଞ ତଥା ଅନେକ ରେକର୍ଡ ନିଜ ନାମରେ ରଖିଛନ୍ତି।
Author: Saroj Kumar Jena | Credit: canva
ଅଷ୍ଟ୍ରେଲିଆ: ଗ୍ଲେନ ମ୍ୟାକ୍ସୱେଲ ଓ ଜୋଶ ଇଙ୍ଗଲିସଙ୍କ ଫାୟାର ପାୱାର ବ୍ୟାଟିଂ ଅଷ୍ଟ୍ରେଲିଆ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ।
Author: Saroj Kumar Jena | Credit: canva
ଇଂଲଣ୍ଡ- ଅଧିନାୟକ ଜୋଶ ବଟଲର ଓ ଲିଆମ ଲିଭିଙ୍ଗଷ୍ଟୋନ ଇଂଲଣ୍ଡ ଦଳର ଫିନିଶର ଭାବେ ନଜର ଆସିବେ।
Author: Saroj Kumar Jena | Credit: canva
ଆଫଗାନିସ୍ତାନ: ଆଫଗାନିସ୍ତାନ ଦଳରେ ଭେଟେରାନ ମହମ୍ମଦ ନବି ଫିନିଶର ଥିବା ବେଳେ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ରାଶିଦ ଖାନଙ୍କୁ ମଧ୍ୟ ଦଳ ବ୍ୟବହାର କରିପାରେ।
Author: Saroj Kumar Jena | Credit: canva
ଦକ୍ଷିଣ ଆଫ୍ରିକାୱ ହେନରିଚ କ୍ଲାସେନ ଓ ଡେଭିଡ ମିଲର ଦକ୍ଷିଣ ଆଫ୍ରିକାର ଫିନିଶର ରହିପାରନ୍ତି। ଉଭୟ ଆତସବାଜି ବ୍ୟାଟିଂ କରିବାର ଦକ୍ଷତା ରଖୁଥିବା ବେଳେ ଏହା ଦଳକୁ ଫାଇଦା ପ୍ରଦାନ କରିବ।