ମହିଳା ଦିନିକିଆ କ୍ରିକେଟରେ ଦ୍ରୁତତମ ୫୦୦ ରନର ରେକର୍ଡ ନିଜ ନାମରେ କରିଛନ୍ତି ଭାରତର ପ୍ରତିକା ରାୱଲ।
କ୍ୟାରିୟରର ଅଷ୍ଟମ ମ୍ୟାଚରେ ପ୍ରତିକା ୫୦୦ ରନ ପୂରଣ କରିଥିଲେ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯୧ ବଲରୁ ୭୮ ରନ କରି ସେ ଏହି ରେକର୍ଡ କରିଥିଲେ।
ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ତ୍ରିରାଷ୍ଟ୍ରୀୟ ସିରିଜରେ ସେ ଏହି ରେକର୍ଡ ନିଜ ନାମରେ କରିଥିଲେ।
ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ଚାର୍ଲୋଟ ଏଡୱାର୍ଡ୍ସଙ୍କ ନାମରେ ରହିଥିଲା।
ଏଡୱାର୍ଡ୍ସ ୯ ଓ ସ୍କଟଲାଣ୍ତର କ୍ୟାଥରିନ ବ୍ରାଇସ ୧୦ ମ୍ୟାଚରୁ ଏହି ମାଇଲଖୁଣ୍ଟ ପୂରଣ କରି ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।