fastest century

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଦ୍ରୁତତମ ଶତକ ରେକର୍ଡ ଡେଭିଡ ମିଲରଙ୍କ ନାମରେ ରହିଛି।

ଚଳିତ ସଂସ୍କରଣର ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ୬୭ ବଲରେ ଶତକ କରିଥିଲେ।

ବୀରେନ୍ଦ୍ର ସେହ୍ବାଗ ୨୦୦୨ରେ ଇଂଲଣ୍ଡ ବିପକ୍ଷରେ ଶତକ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ଚଳିତ ସଂସ୍କରଣରେ ଅଷ୍ଟ୍ରେଲିଆର ଜୋସ ଇଙ୍ଗଲିସ ୭୭ ବଲରେ ଶତକ କରି ସେହ୍ବାଗଙ୍କ ରେକର୍ଡର ସମକକ୍ଷ ହୋଇଥିଲେ।

ମିଷ୍ଟର ଆଇସିସି ଭାବେ ପରିଚିତ ଶିଖର ଧାୱନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୮୦ ବଲରେ ଶତକ ହାସଲ କରି ଚତୁର୍ଥ ସ୍ଥାନରେ ରହିଛନ୍ତି।

ଶ୍ରୀଲଙ୍କାର ତିଳକରତ୍ନେ ଦିଲସାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୮୭ ବଲରୁ ଶତକ ସହିତ ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି।