RR

ଟି୨୦ କ୍ରିକେଟରେ ୨୦୦ ରନର ପିଛା କରିବା ସାଧରଣ ଘଟଣା ହୋଇଗଲାଣି। ନିକଟରେ ରାଜସ୍ଥାନ ରୟାଲ୍ସ ୨୧୦ ରନର ପିଛା କରି ୧୬ ଓଭର ମଧ୍ୟରେ ବିଜୟୀ ହୋଇଥିଲା।

ଗୁଜରାଟ ୨୦୯ ରନ କରିଥିଲା। ଜବାବରେ ରାଜସ୍ଥାନ ୧୫.୫ ଓଭରରେ ଏହି ଲକ୍ଷ୍ୟକୁ ଚେଜ କରିଥିଲା। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ୩୮ ବଲରେ ୧୦୧ ରନ କରିଥିଲେ।

ପୂର୍ବରୁ ଏହି ରେକର୍ଡ ଆରସିବି ନାମରେ ରହିଥିଲା। ଆରସିବି ଗୁଜରାଟ ବିପକ୍ଷରେ ୨୦୧ ରନର ଲକ୍ଷ୍ୟକୁ ୧୬ ଓଭରରେ ପିଛା କରିଥିଲା।

ଆଇପିଏଲ ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ୧୬.୩ ଓଭରରେ ଆରସିବି ବିପକ୍ଷରେ ୨୦୦ ରନ ଚେଜ କରିଥିଲା।