ମାର୍ଚ୍ଚ ୨୩ରୁ ଆରମ୍ଭ ହୋଇସାରିଛି ଫଟାଫଟ୍ କ୍ରିକେଟ୍‌ ଆଇପିଏଲ ।

Author: Sujit kumar Swain | Credit: OTV

ତେବେ ଏହି ସମୟ ମଧ୍ୟରେ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଚର୍ଚ୍ଚା ଜାରି ରହିଛି ।

Author: Sujit kumar Swain | Credit: OTV

ଏମଏସ ଧୋନୀଙ୍କୁ ତାଙ୍କ ବ୍ୟାଟିଂ କ୍ରମ ପାଇଁ ବର୍ତ୍ତମାନ ବହୁତ ଟ୍ରୋଲ କରାଯାଉଛି ।

Author: Sujit kumar Swain | Credit: OTV

ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଧୋନି ସପ୍ତମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ କିନ୍ତୁ ଦଳକୁ ୬ ରନର ପରାଜୟରୁ ରକ୍ଷା କରିପାରି ନଥିଲେ ।

Author: Sujit kumar Swain | Credit: OTV

ତେବେ ଏହାରି ମଧ୍ୟରେ CSK ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ଧୋନୀଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।

Author: Sujit kumar Swain | Credit: OTV

ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ଗଣମାଧ୍ୟମ ସହିତ ଆଲୋଚନା ସମୟରେ କହିଥିଲେ ଯେ ଧୋନୀଙ୍କ ଆଣ୍ଠୁରେ ସମସ୍ୟା ରହିଛି । ତାଙ୍କ ପାଇଁ ଲଗାତାର ୧୦ ଓଭର ବ୍ୟାଟିଂ କରିବା ସମ୍ଭବ ନୁହେଁ ।

Author: Sujit kumar Swain | Credit: OTV

ଷ୍ଟିଫେନ୍ ଫ୍ଲେମିଂ କହିଛନ୍ତି, "ଏମଏସ ଧୋନୀ ନିଜେ ତାଙ୍କ ବ୍ୟାଟିଂ କ୍ରମ ନିଷ୍ପତ୍ତି ନିଅନ୍ତି । ତାଙ୍କର ଶରୀର ଏବଂ ଆଣ୍ଠୁ ପୂର୍ବ ପରି ସୁସ୍ଥ ନାହିଁ ।

Author: Sujit kumar Swain | Credit: OTV

‘ସେ ଭଲ ଭାବରେ ଚାଲୁଛନ୍ତି, କିନ୍ତୁ ତାଙ୍କର କିଛି ସମସ୍ୟା ହେଉଛି । ସେ ପୂରା ଜୋଶର ସହ ୧୦ ଓଭର ବ୍ୟାଟିଂ କରିପାରୁନାହାଁନ୍ତି।’

Author: Sujit kumar Swain | Credit: OTV

ଧୋନୀ ପରିସ୍ଥିତି ଅନୁସାରେ ଦଳ ପାଇଁ କ'ଣ କରିପାରିବେ ତାହା ମୂଲ୍ୟାଙ୍କନ କରନ୍ତି’ ବୋଲି ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ୍‌ କହିଛନ୍ତି ।