ଟି୨୦ କ୍ରିକେଟ, ବୋଲରଙ୍କ ପାଇଁ ମରଣଯନ୍ତା କହିଲେ ଭୁଲ ହେବ ନାହିଁ। ତେବେ ଅନେକ ବୋଲର ନିଜ ଦକ୍ଷତା ବଳରେ ଏହି ଫର୍ମାଟରେ ମଧ୍ୟ ସଫଳ ହୋଇଛନ୍ତି।
ଆଇପିଏଲରେ ସମୁଦାୟ ୧୬ ବୋଲର ହ୍ୟାଟ୍ରିକ ଅର୍ଜନ କରିଥିବା ବେଳେ ମାତ୍ର ୩ ଜଣ ବୋଲର ଏକାଧିକ ଥର ଏହି ସଫଳତା ହାସଲ କରିଛନ୍ତି।
ନିକଟରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଦୀପକ ହୁଡା, ଅଂଶୁଲ କମ୍ବୋଜ ଓ ନୁର ଅହମଦଙ୍କୁ ଲଗାତାର ୩ ବଲରେ ଆଉଟ କରିବା ସହ ହ୍ୟାଟ୍ରିକ ଅର୍ଜନ କରିଥିଲେ।
ଏହା ଚହଲଙ୍କ ଦ୍ବିତୀୟ ହ୍ୟାଟ୍ରିକ ଅଟେ। ପୂର୍ବରୁ ୨୦୨୨ରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଚହଲ ପ୍ରଥମ ହ୍ୟାଟ୍ରିକ ନେଇଥିଲେ।
ପଞ୍ଜାବ କିଙ୍ଗ୍ସର ଯୁବରାଜ ସିଂ ଆଇପିଏଲରେ ଦୁଇ ଦୁଇ ଥର ହ୍ୟାଟ୍ରିକ ନେଇଛନ୍ତି। ୨୦୦୯ରେ ଯୁବରାଜ ଆରସିବି ଓ ଡେକାନ ଚାର୍ଜର୍ସ ହାଇଦ୍ରାବାଦ ବିପକ୍ଷରେ ହ୍ୟାଟ୍ରିକ ଅର୍ଜନ କରିଥିଲେ।
ଆଇପିଏଲରେ ସର୍ବାଧିକ ଥର ହ୍ୟାଟ୍ରିକ ନେବାର ରେକର୍ଡ କରିଛନ୍ତି ଅମିତ ମିଶ୍ର। ୨୦୦୮ରେ ଡେକାନ ଚାର୍ଜର୍ସ, ୨୦୧୧ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ୨୦୧୩ରେ ପୁଣେ ୱାରିୟର୍ସ ଇଣ୍ଡିଆ ବିପକ୍ଷରେ ଅମିତ ହ୍ୟାଟ୍ରିକ ନେଇଥିଲେ।