ଭାରତୀୟ ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି ଚାମ୍ପିୟନ୍ସ ଟ୍ରଫିରେ ଏକାଧିକ ସ୍ମରଣୀୟ ଇନିଂସ ଖେଳିଛନ୍ତି। ୧୩ ମ୍ୟାଚ ଖେଳି ୫ ଅର୍ଦ୍ଧଶତକ ସହିତ ସେ ୫୨୯ ରନ କରିଛନ୍ତି।
୨୦୦୯ରେ ପ୍ରଥମ ଥର ଖେଳିଥିବା କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୦୪ ବଲରୁ ଅପରାଜିତ ୭୯ ରନ କରିଥିଲେ। ଏହା ସହ ସେ କ୍ୟାରିୟରର ପ୍ରଥମ ପ୍ଲେୟର ଅଫ ଦ ମ୍ୟାଚ ଜିତିଥିଲେ।
୨୦୧୩ରେ ଶ୍ରୀଲଙ୍କା ବିପକ୍ଷ ସେମି ଫାଇନାଲରେ ସେ ୬୪ ବଲରୁ ଅପରାଜିତ ୫୮ ରନ କରି ଭାରତକୁ ଜିତାଇଥିଲେ।
୨୦୧୩ରେ ଇଂଲଣ୍ଡ ବିପକ୍ଷ ଫାଇନାଲରେ କୋହଲି ଭାରତର ଟପ ସ୍କୋରର ରହିଥିବା ବେଳେ ୩୪ ବଲ ଖେଳି ୪୩ ରନ ମାରିଥିଲେ।
୨୦୧୭ ସଂସ୍କରଣରେ ପାକିସ୍ତାନ ବିପକ୍ଷରେ ୬୮ ବଲରୁ ଅପରାଜିତ ୮୧ ରନ କରିଥିଲେ।
୨୦୧୭ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୧ ବଲରୁ ୭୬ ରନ ସ୍କୋର କରିଥିଲେ।
ସମାନ ସଂସ୍କରଣରେ ବାଂଲାଦେଶ ବିପକ୍ଷ ସେମି ଫାଇନାଲରେ ୯୬ ବଲରୁ ୯୬ ରନ ସ୍କୋର କରିଥିଲେ।