ଆପଣ ଅନେକ ସୁନ୍ଦର ସୁନ୍ଦର ଫୁଲ ଦେଖିଥିବେ, କିନ୍ତୁ ଆଜି ଆମେ ଏପରି ଏକ ଦୁର୍ଲ୍ଲଭ ଫୁଲ ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ବିସ୍ମିତ କରିଦେବ । ଏମିତି ଏକ ଅଦ୍ଭୁତ ଫୁଲ ହେଉଛି 'କଙ୍କାଳ ଫୁଲ' । ନାଁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହି ଫୁଲର ବିଶେଷତ୍ୱ ହିଁ ଏପରି ନାମକରଣ ପଛର କାରଣ ।
କଙ୍କାଳ ଫୁଲ ବୈଜ୍ଞାନିକ ରୂପେ ଡିଫାଇଲିୟା ଗ୍ରେୟି (Diphylleia grayi) ନାମରେ ଜଣାଯାଏ । ସାଧାରଣତଃ ଥଣ୍ଡା ପାହାଡିଆ ଅଞ୍ଚଳରେ ଏହି ଫୁଲ ଫୁଟେ ।
କଙ୍କାଳ ଫୁଲର ରଙ୍ଗ ଧଳା । ଏହାର ବିଶେଷତ୍ୱ ହେଲା- ବର୍ଷା ହେବା ମାତ୍ରେ କିମ୍ବା ଫୁଲ ଉପରେ ପାଣି ପଡିବା ମାତ୍ରେ ଏହା ରଙ୍ଗହୀନ ହୋଇଯାଏ ।
କଙ୍କାଳ ଫୁଲ ଜଳ ସଂସ୍ପର୍ଶରେ ଆସିବା ମାତ୍ରେ ରଙ୍ଗ ହରାଏ ଏବଂ କାଚ ଭଳି ସ୍ୱଚ୍ଛ ଦେଖାଯାଏ । ଏହାର ପାଖୁଡାରେ ଥିବା ଶିରାଗୁଡିକ ବି ଦୃଶ୍ୟମାନ ହୁଏ ।
ମୁଖ୍ୟତଃ ଏପ୍ରିଲ-ମେ' ମାସରେ ଜାପାନ ଓ ଚୀନର ଥଣ୍ଡା ପାହାଡିଆ ଇଲାକାରେ ଏହି ପ୍ରଜାତିର ଫୁଲ ଫୁଟେ ।
ବର୍ଷା ବନ୍ଦ ହୋଇଗଲେ ଓ ପାଣି ଶୁଖିଗଲେ ଫୁଲ ପୁଣି ଧଳା ରଙ୍ଗ ଫେରିପାଏ । ଯାହା ଦେଖଣାହାରୀଙ୍କୁ କୌଣସି ଯାଦୁଠାରୁ କମ୍ ଲାଗେନି ।
କଙ୍କାଳ ଫୁଲକୁ ଅମ୍ବ୍ରେଲା ଫ୍ଲାୱାର ମଧ୍ୟ କୁହନ୍ତି, ଏହାର ପାଖୁଡାର ନିଆରା କୋଶିକା ସଂରଚନା ବର୍ଷା ହେବା ମାତ୍ରେ ରଙ୍ଗ ବଦଳାଇ କାଚ ଭଳି ସ୍ୱଚ୍ଛ କରିଦିଏ ।