Oldest Religious Texts
OTV Logo

Oldest Religious Texts: ଦୁନିଆର ୭ଟି ସର୍ବପୁରାତନ ଧର୍ମ ଗ୍ରନ୍ଥ...

Author: Namita Biswal | Credit: Canva

Oldest Religious Texts
OTV Logo

ହିନ୍ଦୁ ଧର୍ମରେ ବହୁ ପ୍ରାଚୀନ ଧାର୍ମିକ ଗ୍ରନ୍ଥ ରହିଛି, ଯାହାମଧ୍ୟରେ ଶ୍ରୀମଦ୍ ଭଗବତ ଗୀତା, ରାମାୟଣ, ପୁରାଣ, ବେଦ ଇତ୍ୟାଦି । ହେଲେ ଆପଣ ଜାଣନ୍ତି, ଦୁନିଆର ସବୁଠୁ ପ୍ରାଚନୀ ଧାର୍ମିକ ଗ୍ରନ୍ଥ କ'ଣ । ଆଜି ଏହି ଖବରରେ ଜାଣନ୍ତୁ ସେପରି ୭ଟି ସର୍ବପୁରାତନ ଗ୍ରନ୍ଥ ସମ୍ପର୍କରେ...

Author: Namita Biswal | Credit: Canva

Oldest Religious Texts
OTV Logo

କେସ୍ ଟେମ୍ପଲ ହାଇମ୍ (ପ୍ରାୟ ୨୬୦୦ ଖ୍ରୀଷ୍ଟପୂର୍ବ): ସୁମେର ସଭ୍ୟତା କାଳର ଏହି ଗ୍ରନ୍ଥ ଦୁନିଆର ସବୁଠୁ ପୁରାତନ ଧାର୍ମିକ ରଚନା ମଧ୍ୟରୁ ଅନ୍ୟତମ, ଯେଉଁଥିରେ ସୃଷ୍ଟି ଏବଂ ଦେବୀ ନିନାଜୁଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି ।

Author: Namita Biswal | Credit: OTV

Oldest Religious Texts

ଦି ପିରାମିଡ୍ ଟେକ୍ସଟ୍: (ଖ୍ରୀଷ୍ଟପୂର୍ବ ୨୪୦୦-୨୩୦୦): ଏହି ପିରାମିଡ୍ ଗ୍ରନ୍ଥ ପ୍ରାଚୀନ ମିଶର ସଭ୍ୟତାର ସବୁଠୁ ପୁରୁଣା ଅନ୍ତ୍ୟେଷ୍ଟି ଗ୍ରନ୍ଥ ଅଟେ । ପରଲୋକରେ ଫିରୌନ ବା ପ୍ରାଚୀନ ମିଶ୍ର ଶାସକଙ୍କ ଆତ୍ମାର ମାର୍ଗଦର୍ଶନ ପାଇଁ ଲେଖା ଯାଉଥିଲା ।

Author: Namita Biswal | Credit: Canva

Oldest Religious Texts

କଫିନ୍ ଗ୍ରନ୍ଥ (ପ୍ରାୟ ୨୧୦୦ ଖୀଷ୍ଟ୍ରପୂର୍ବ): ଏହା ମିଶରର କଫିନରେ ଲେଖାଯାଉଥିବା ଶ୍ଲୋକ ଅଟେ, ଯାହାକି ସାଧାରଣ ଲୋକଙ୍କ ଆତ୍ମାର ସୁରକ୍ଷିତ ପରଲୋକ ଗମନ ପାଇଁ ଉଦ୍ଧିଷ୍ଟ ଥିଲା ।

Author: Namita Biswal | Credit: Canva

 Religious Texts

ଋକ୍‌ବେଦ (ପ୍ରାୟ ୧୭୦୦ ଖ୍ରୀଷ୍ଟପୂର୍ବ): ଏହା ଭାରତର ସର୍ବପୁରାତନ ବେଦ ଅଟେ, ଯେଉଁଥିରେ ୧୦୦୦ରୁ ଊର୍ଦ୍ଧ୍ୱ ମନ୍ତ୍ର ଓ ସ୍ତ୍ରୋତ୍ର ଉଲ୍ଲେଖ ରହିଛି । ଏହାକୁ ଆଜି ବି ହିନ୍ଦୁ ଧର୍ମରେ ପଢାଯାଏ ।

Author: Namita Biswal | Credit: Canva

Oldest Religious Texts

ବୁକ୍‌ ଅଫ୍‌ ଦ ଡେଡ୍ (ପ୍ରାୟ ୧୫୫୦ ଖ୍ରୀଷ୍ଟପୂର୍ବ): ଇଜିପ୍ଟିୟଙ୍କୁ କବର ଦିଆଯିବା ବେଳେ ତାଙ୍କ ଆତ୍ମାର ସଦଗତି ବା ପରଲୋକ ଯାତ୍ରା ପାଇଁ ଏହି ବହିକୁ ମୃତକଙ୍କ ପାଖରେ ରଖାଯାଇ କବର ଦିଆଯାଏ ।

Author: Namita Biswal | Credit: Canva

Oldest Religious Texts

ଇନଷ୍ଟ୍ରକସନ୍ ଅଫ୍ ଅମେନେମୋପେ (ପ୍ରାୟ ୧୩୦୦ ଖ୍ରୀଷ୍ଟପୂର୍ବ): ଏହା ମିଶରର ଏକ ନୈତିକ ଶିକ୍ଷା ଆଧାରିତ ରଚନା ଅଟେ, ଯାହାକୁ ପରବର୍ତ୍ତୀ ସମୟରେ ବାଇବେଲ ପୁସ୍ତକ 'ପ୍ରୋବଭର୍ସ' ସହ ଯୋଡା ଯାଇଥିଲା ।

Author: Namita Biswal | Credit: Canva

Oldest Religious Texts

ଗିଲଗମେଶ ମହାକାବ୍ୟ (ପାଖାପାଖି ୨୧୦୦ ଖ୍ରୀଷ୍ଟପୂର୍ବ): ଏହା ପ୍ରାଚୀନ ମେସୋପୋଟାମିଆ ସମୟର ଏକ ମହାକାବ୍ୟ ଅଟେ, ଯାହା ମୃତ୍ୟୁ, ଅମରତ୍ୱ ଏବଂ ଦେବତାଙ୍କ ଗଭୀର ରହସ୍ୟ ସମ୍ପର୍କରେ ଆଲୋକପାତ କରେ ।

Read More