9 interesting facts about Mahatma Gandhi

୧. ମହାତ୍ମା ଗାନ୍ଧି ଗୁଜରାଟର ପୋରବନ୍ଦରଠାରେ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଜନ୍ମ ହୋଇଥିଲେ।

୨. ତାଙ୍କ ପ୍ରକୃତ ନାଁ ଥିଲା ମୋହନଦାସ ଗାନ୍ଧି। ବାପାଙ୍କ ନାଁ କରମଚାନ୍ଦ ଗାନ୍ଧି ଓ ମାଆଙ୍କ ନାଁ ପୁତଲିବାଈ।

୩. ଗାନ୍ଧିଜୀଙ୍କ ଜେଜେ ଉତ୍ତମଚାନ୍ଦ ଗାନ୍ଧି ପୋରବନ୍ଦରର ଦେୱାନ ଥିଲେ। ତାଙ୍କ ପରେ ଗାନ୍ଧିଙ୍କ ବାପା ସେହି ପଦରେ ରହିଲେ।

୪. ଗାନ୍ଧିଜୀଙ୍କ ବାପା କରମଚାନ୍ଦ ଗାନ୍ଧି, କାବା ଗାନ୍ଧି ଭାବେ ପରିଚିତ ଥିଲେ। ପାଠ ନପଢ଼ି ମଧ୍ୟ ସେ ଜଣେ ଭଲ ପ୍ରଶାସକ ଥିଲେ

୫. କାବା ଗାନ୍ଧିଙ୍କର ୬ଟି ସନ୍ତାନଙ୍କ ମଧ୍ୟରୁ ମହାତ୍ମା ଗାନ୍ଧି ସବୁଠାରୁ ସାନ ଥିଲେ। ତାଙ୍କ ଶ୍ରଦ୍ଧାନାମ ଥିଲା ମୋନିୟା।

୬. ୨୧ ବର୍ଷ ବୟସରେ ଦକ୍ଷିଣ ଆଫ୍ରିକା ଯାଇଥିଲେ। ୧୯୧୫ ମସିହାରେ ୪୫ ବର୍ଷ ବୟସରେ ସେ ଭାରତ ଫେରିଥିଲେ।

୭. ୧୩ ବର୍ଷ ବୟସରେ ୧୮୮୩ ମସିହାରେ ମହାତ୍ମା ଗାନ୍ଧି ୧୪ ବର୍ଷୀୟା କସ୍ତୁରବା ଗାନ୍ଧିଙ୍କୁ ବିବାହ କରିଥିଲେ।

୮. ଗାନ୍ଧିଜୀ ଥରେ କହିଥିଲେ- ବିବାହ କହିଲେ ଆମେ ବୁଝୁଥିଲୁ ନୂଆଡ୍ରେସ୍ ପିନ୍ଧିବା, ମିଠା ଖାଇବା ଓ ଖେଳବୁଲା କରିବା।

୯. ୧୮୮୫ ମସିହାରେ ଗାନ୍ଧିଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ୧୮୮୭ରେ ୧୮ ବର୍ଷରେ ଗାନ୍ଧିଜୀ ଗ୍ରାଜୁଏଟ୍ ହେଲେ।