ସର୍ବାଧିକ ନିରାମିଷ ଖାଦ୍ୟ ଖାଉଥିବା ଭାରତର ୮ଟି ରାଜ୍ୟ

Author: Sonali Kabi | Credit: Canva

୧. ରାଜସ୍ଥାନ : ସର୍ଭେ କହୁଛି ରାଜସ୍ଥାନ ଜନସଂଖ୍ୟାରେ ସର୍ବାଧିକ ୭୪.୯ ପ୍ରତିଶତ ଲୋକ ସାଧା ଖାଦ୍ୟ ଅର୍ଥାତ ନିରାମିଷ ଖାଇଥାନ୍ତି।

Author: Sonali Kabi | Credit: Canva

୨. ହରିୟାଣା : ଉତ୍ତର ଭାରତର ଏହି ରାଜ୍ୟର ଜନସଂଖ୍ୟାର ୬୯.୨୫ ପ୍ରତିଶତ ଲୋକ ସାଧା ଖାଇବାକୁ ଭଲ ପାଆନ୍ତି।

Author: Sonali Kabi | Credit: Canva

୩. ପଞ୍ଜାବ : ତନ୍ଦୁରି ଚିକେନ୍ ଭଳି ଅନେକ ଲୋକପ୍ରିୟ ନନ୍-ଭେଜ୍ ଖାଦ୍ୟ ପାଇଁ ପ୍ରସିଦ୍ଧ ଏହି ରାଜ୍ୟର ୬୬.୭୫ ପ୍ରତିଶତ ଲୋକ ନିରାମିଷ ଖାଇବାକୁ ଭଲ ପାଆନ୍ତି।

Author: Sonali Kabi | Credit: Canva

୪. ଗୁଜରାଟ : ଅଧିକ ହିନ୍ଦୁ ଓ ଜୈନ ଧର୍ମର ଲୋକ ଥିବା ଏହି ରାଜ୍ୟଟି ନିରାମିଷ ଖାଦ୍ୟ ପାଇଁ ପ୍ରସିଦ୍ଧ। ରାଜ୍ୟର ସମୁଦାୟ ଜନସଂଖ୍ୟାର ୬୦.୯୫ ପ୍ରତିଶତ ଲୋକ ଏଠାରେ ନିରାମିଷ ଖାଇଥାନ୍ତି।

Author: Sonali Kabi | Credit: Canva

୫. ମଧ୍ୟପ୍ରଦେଶ : ଏଠି ବହୁ ପ୍ରକାର ଲୋକ ରହୁଥିଲେ ବି ଅଧାଅଧି ଲୋକ ଅର୍ଥାତ ୫୦.୬ ପ୍ରତିଶତ ଜନସଂଖ୍ୟା ସାଧା ଖାଇବାକୁ ଭଲ ପାଆନ୍ତି।

Author: Sonali Kabi | Credit: Canva

୬. ଉତ୍ତର ପ୍ରଦେଶ : ସାଧାରଣତଃ ଏଠାରେ ଆମିଷ ଖାଦ୍ୟ ଅଧିକ ଖାଉଥିଲେ ବି ପାଖାପାଖି ଅଧା ଜନସଂଖ୍ୟା ଅର୍ଥାତ ୪୭.୧ ପ୍ରତିଶତ ନିରାମିଷ ଖାଦ୍ୟ ଖାଆନ୍ତି।

Author: Sonali Kabi | Credit: Canva

୭. ମହାରାଷ୍ଟ୍ର : ବହୁ ସଂସ୍କୃତିରେ ବିଶ୍ୱାସୀ ଏହି ରାଜ୍ୟର ଅଧା ଲୋକ ଅର୍ଥାତ ୫୦.୬ ପ୍ରତିଶତ ନିରାମିଷ ଖାଇବାକୁ ଭଲ ପାଆନ୍ତି।

Author: Sonali Kabi | Credit: Canva

୮. ଦିଲ୍ଲୀ : ଦେଶର ରାଜଧାନୀରେ ଅଧିକ ଲୋକ ଆମିଷ ଖାଇଥାନ୍ତି। ସମୁଦାୟ ଜନସଂଖ୍ୟାର ୩୯.୫ ପ୍ରତିଶତ ଲୋକ ନିରାମିଷ ଖାଇବାକୁ ଭଲ ପାଆନ୍ତି।