ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି
ଏବେ ସୁଦ୍ଧା ଆଗୁଆ ରହିଛି ଭାରତୀୟ ଜନତା ପାର୍ଟି (BJP)
କିଏ ଜିତିବେ ଦିଲ୍ଲୀବାସୀଙ୍କ ଦିଲ୍, ଅପରାହ୍ନ ସୁଦ୍ଧା ସବୁ କିଛି ସ୍ପଷ୍ଟ ହୋଇଯିବ
ଏବେ ଯାଏ ରାଜଧାନୀ ଦିଲ୍ଲୀରେ ଅନେକ ମୁଖ୍ୟମନ୍ତ୍ରୀ ଶାସନ କରିଛନ୍ତି
ତେବେ ଆପଣ ଜାଣନ୍ତି କି ସବୁଠୁ ଅଧିକ ସମୟ ଧରି କିଏ ମୁଖ୍ୟମନ୍ତ୍ରୀ ରହିଥିଲେ ?
ସବୁଠୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ଶୀଲା ଦୀକ୍ଷିତ
ସେ ୧୯୯୮ରୁ ୨୦୧୩ ଯାଏ ଲଗାତାର ୩ଥର ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ
ଶୀଲା ଦୀକ୍ଷିତ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି ସହ ଜଡ଼ିତ ଥିଲେ
ଏହାଛଡ଼ା ଦିଲ୍ଲୀର ପ୍ରଥମ ମୁଖ୍ୟମନ୍ତ୍ରୀ ଚୌଧରୀ ବ୍ରହ୍ମା ପ୍ରକାଶ ମଧ୍ୟ କଂଗ୍ରେସ ଦଳର ଥିଲେ