ଶୀତଦିନେ ଘିଅ ବ୍ୟବହାର ନିହାତି ଆବଶ୍ୟକ। କାରଣ ଏହା ଶୁଷ୍କ ଚର୍ମ ପାଇଁ ବହୁତ ଉପାଦେୟ ସାବ୍ୟସ୍ତ ହୋଇଥାଏ। ଆପଣ ଯେକୌଣସି ତରକାରୀ କିମ୍ବା ରୁଟି ପ୍ରସ୍ତୁତ କରୁଛନ୍ତି ସେଥିରେ ଘିଅ ଦେଇ କରିପାରିବେ। ଏହା ସ୍ୱାଦକୁ ମଧ୍ୟ ଦ୍ୱିଗୁଣିତ କରିଦିଏ।
ଘିଅ ଭିଟାମିନ୍ A, E ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର। ଏହା ଚର୍ମକୁ କୋମଳ ଏବଂ ହାଇଡ୍ରେଟ୍ କରିଥାଏ। ଖାଲି ପେଟରେ ଗରମ ପାଣି ସହିତ ଘିଅ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ।
ଗାଜର ଓ ବିଟ୍ ମଧ୍ୟ ଚର୍ମରେ ସତେଜତା ଆଣିବାରେ ସାହାଯ୍ୟ କରେ। ସୁତରାଂ ଶୀତ ଦିନରେ ଆପଣ ଗାଜର ଓ ବିଟ୍କୁ ଆପଣଙ୍କ ଖାଦ୍ୟରେ ସାମିଲ୍ କରିପାରିବେ। ଗାଜରରେ ବିଟା-କାରୋଟିନ୍ ଥାଏ ଏବଂ ବିଟ୍ରେ ଆଇରନ୍ ଥାଏ, ଯାହା ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ ଏବଂ ଚର୍ମକୁ ପ୍ରାକୃତିକ ଚମକ ଦେଇଥାଏ।
ଆପଣ ଗୁଡ଼ ସେବନ କରୁଛନ୍ତି କି ? ଗୁଡ଼ ଶରୀରକୁ ଡିଟକ୍ସ କରିଥାଏ ଏବଂ ରାଶି ଚର୍ମକୁ ଆର୍ଦ୍ରତା ଦେଇଥାଏ। ଏହି ଖାଦ୍ୟଗୁଡ଼ିକ ଚର୍ମକୁ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍ ଏବଂ ମ୍ୟାଗ୍ନେସିୟମ୍ ଯୋଗାଇଥାଏ। ଫଳରେ ଚର୍ମରେ ଚମକତା ଆସିଥାଏ।
ଶୀତ ଦିନରେ ମିଳୁଥିବା ଆଉ ଏକ ଦେଶୀ ସୁପର୍ଫୁଡ୍ ହେଲା ମୂଳା। ମୂଳା ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଏବଂ ଜଳର ଏକ ଉତ୍ତମ ଉତ୍ସ, ଯାହା ଚର୍ମକୁ ଡିଟକ୍ସ କରିଥାଏ ଏବଂ ହାଇଡ୍ରେଟ୍ ରଖିଥାଏ। ମୂଳାର ହାଇଫାଇବର ହଜମ ପ୍ରକ୍ରିୟାକୁ ଭଲ ରଖେ ଏବଂ ଏହାର ସିଧାସଳଖ ପ୍ରଭାବ ଚର୍ମ ଉପରେ ପଡ଼େ।
କମଳା ଏବେ ପ୍ରଚୁର ପରିମାଣରେ ମିଳୁଛି। ଏହି କମଳା ଆପଣଙ୍କ ଚର୍ମ ପାଇଁ ଉପକାରୀ। କମଳା ହେଉଛି ଭିଟାମିନ୍ C ର ଏକ ଭଣ୍ଡାର। ଚର୍ମର ଚମକ ପାଇଁ ଭିଟାମିନ୍ C ଅତ୍ୟନ୍ତ ଉପଯୋଗୀ। କମଳାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ମଧ୍ୟ ଥାଏ, ଯାହା ହୃଦୟର ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖେ।
ଆପଣଙ୍କ ଚର୍ମକୁ ଉଜ୍ଜଳ କରିବାରେ ରାଶିର ମଧ୍ୟ ଯଥେଷ୍ଟ ଭୂମିକା ରହିଛି। ଏହାକୁ ଶୀତ ଦିନେ ସେବନ କଲେ ଚର୍ମରେ ଶୁଷ୍କତା ଆସେ ନାହିଁ। ରାଶିରେ କ୍ଷୀର ଅପେକ୍ଷା ୮ ଗୁଣ ଅଧିକ କ୍ୟାଲିସିୟମ୍ ଥାଏ, ଯାହା ଶୀତ ଦିନେ ଚର୍ମରେ କୋମଳତା ଆଣିଥାଏ।