Disturbance

ଯଦି ଉଭୟେ ସ୍ୱାମୀ ସ୍ତ୍ରୀ କେହି କାହା ସହ ଛଳନା କରନ୍ତି, ତାହାହେଲେ ସଂପର୍କ ଭାଙ୍ଗିବା ନିଶ୍ଚିତ। ଏହାକୁ କେହି ଅଟକେଇ ପାରିବେ ନାହିଁ। ଉଭୟ ବୈବାହିକ ଜୀବନରୁ ବାହାରି ଯାଇ ଅବୈଧ ସଂପର୍କ ରଖିଥାନ୍ତି। ଫଳରେ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ।

ଯଦି ସ୍ତ୍ରୀ ନିଜ ବ୍ୟକ୍ତିଗତ ଜୀବନରେ କୌଣସି କଥାକୁ ସ୍ୱାମୀକୁ ହସ୍ତକ୍ଷେପ କରିବା ପାଇଁ ଦିଏ ନାହିଁ, ତେବେ ଦାମ୍ପତ୍ୟ ଜୀବନ ତିଷ୍ଠି ପାରେନି।

ଯଦି ସ୍ତ୍ରୀ ସ୍ୱାମୀକୁ ଅବା ସ୍ୱାମୀ ସ୍ତ୍ରୀକୁ କୌଣସି କଥା ଲୁଚାଇ ଥାନ୍ତି ତାହା ହେଲେ ସଂପର୍କ ମଧ୍ୟରେ ଭଟ୍ଟା ସୃଷ୍ଟି ହୋଇଥାଏ।

ବିବାହର ସଜ୍ଞା କେବଳ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମିଳନ ନୁହେଁ, ଯଦି ଉଭୟ ଉଭୟେଙ୍କୁ ସମ୍ମାନ ଦିଅନ୍ତି ତାହା ହେଲେ ସଂପର୍କ ନିବିଡ଼ ହୋଇଥାଏ। ଯଦି ସ୍ୱାମୀ ସ୍ତ୍ରୀକୁ ସମ୍ମାନ କରନ୍ତି ନାହିଁ ତେବେ ଏହି ସଂପର୍କରେ କିଛି ମାନେ ନ ଥାଏ।