What is that thing that makes a girl fall in love

ହେଲେ ପ୍ରେମ ସମସ୍ତଙ୍କ ପାଇଁ ସମ୍ଭବ ହୁଏନି। ଅନେକ ପୁଅ ସେମାନଙ୍କ ମନ ଲାଖି ଝିଅ ପାଇଯାଉଥିବା ବେଳେ କେତେକ ପୁଅ ଯେତେ ଚେଷ୍ଟା କଲେ ବି ଝିଅମାନେ ସେମାନଙ୍କୁ ପସନ୍ଦ କରନ୍ତି ନାହିଁ।

ତେବେ ସବୁଠାରୁ ବଡ କଥା ହେଲା, ଝିଅମାନେ ସବୁ ପୁଅଙ୍କୁ ପସନ୍ଦ କରନ୍ତି ନାହିଁ। ଝିଅମାନଙ୍କୁ ପ୍ରଭାବିତ କରିବା ପାଇଁ ଜଣଙ୍କ ପାଖରେ କେତେଗୁଡିଏ ଗୁଣ ଥିବା ଜରୁରୀ।

ଏମିତି କିଛି ଜିନିଷ ଅଛି ଯାହାକୁ ପୁଅମାନେ ମନେରଖିବା ଉଚିତ। ତାହା ଏମିତି କ’ଣ ଯାହାକୁ ଦେଖି ଝିଅମାନେ ପୁଅମାନଙ୍କୁ ଖୁବ ପସନ୍ଦ କରନ୍ତି ଆସନ୍ତୁ ସେସବୁ ବିଷୟରେ ଜାଣିନେବା।

ପ୍ରଥମ ଦେଖା: କୌଣସି ବି ଝିଅ ପ୍ରଥମ ଦେଖାରେ କୌଣସି ପୁଅକୁ ଭଲ ପାଆନ୍ତି ନାହିଁ। ପ୍ରଥମ ଦେଖାରେ ଝିଅମାନେ ପୁଅମାନଙ୍କ ପାଖରେ ଅନେକ କିଛି ଜିନିଷ ଖୋଜନ୍ତି।

ଆତ୍ମବିଶ୍ୱାସ: ଝିଅମାନେ ପୁଅମାନଙ୍କ ପାଖରେ ଆତ୍ମବିଶ୍ୱାସକୁ ଖୋଜନ୍ତି। ଆପଣ କୋଉ ବ୍ରାଣ୍ଡେଡ୍ ଜୋତା କିମ୍ବା ବ୍ରାଣ୍ଡେଡ୍ ପୋଷାକ ପିନ୍ଧୁଛନ୍ତି କି ନାହିଁ ତାହା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ସେ ଦେଖନ୍ତି ଯେ ପୁଅ ପାଖରେ ଆତ୍ମବିଶ୍ୱାସ ଅଛି କି ନାହିଁ।

କ’ଣ ଚାହାଁନ୍ତି: ଝିଅମାନେ ଚାହାଁନ୍ତି ଯେ ପୁଅର ହୃଦୟ ବିଶାଳ ହେଉ ଏବଂ ସେ ଅନେକ କିଛି ଗ୍ରହଣ କରିବାକୁ ସକ୍ଷମ ହେଉ। କାରଣ ଆଜିର ଯୁଗରେ ଝିଅମାନେ ମଧ୍ୟ ଆଗକୁ ବଢୁଛନ୍ତି। ଅନେକ ପୁଅ ଅଛନ୍ତି ଯେଉଁମାନେ ଝିଅମାନଙ୍କର ବିକାଶକୁ ପସନ୍ଦ କରନ୍ତି ନାହିଁ।

ପୁଅର ପରିବାର: ଝିଅମାନେ ଏହା ମଧ୍ୟ ଦେଖନ୍ତି ଯେ ପୁଅର ପରିବାର ଭଲ କି ନାହିଁ। ଆହୁରି ପୁଅ ମଧ୍ୟ ଝିଅକୁ ସମ୍ମାନ ଦେବା ଉଚିତ। ଯଦି ଝିଅଟିଏ କୌଣସି ଏକ ନିଷ୍ପତ୍ତି ନିଏ ତେବେ ତା’ର ନିଷ୍ପତ୍ତିକୁ ମଧ୍ୟ ସମ୍ମାନ ଦେବା ଦରକାର