ଅନେକ ଲୋକ ହଠାତ୍ ପ୍ରତିକ୍ରିୟା କରନ୍ତି ଏବଂ ଖରାପ ମନ୍ତବ୍ୟ ଶୁଣିବା ପରେ ଆକ୍ରମଣାତ୍ମକ ହୋଇପଡନ୍ତି। ପରେ କିନ୍ତୁ ପରିସ୍ଥିତି ଅଣାୟତକୁ ଚାଲିଯାଏ।
ଯଦି ଆପଣ କେବେ ଖରାପ ମନ୍ତବ୍ୟର ଶିକାର ହୁଅନ୍ତି, ତେବେ କିପରି ଶାନ୍ତ ଭାବେ ଦୃଢ ଜବାବ ଦେବେ, ଯାହା ଦ୍ୱାରା ଭବିଷ୍ୟତରେ ସେହି ବ୍ୟକ୍ତି ଏପରି କଥା କହିବାକୁ ସାହସ ମଧ୍ୟ କରିବ ନାହିଁ।
ଖରାପ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ନ ରାଗି କିପରି ଉତ୍ତର ଦିଆଯାଏ ଆସନ୍ତୁ ସେ ବିଷୟରେ ଜାଣିବା।
ଅଶ୍ଳୀଳ ମନ୍ତବ୍ୟ ଯୋଗୁଁ ଲୋକମାନେ କ୍ରୋଧିତ ଓ ଲଜ୍ଜିତ ହୋଇପାରନ୍ତି। ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ଶାନ୍ତ ରହିବା ହେଉଛି ସର୍ବୋତ୍ତମ ଉପାୟ। ଶାନ୍ତ ରହି ନିଜର ଉତ୍ତରକୁ କଠୋର ସ୍ୱରରେ ଦେବା ଉଚିତ।
କିଛି କଥାକୁ ନେଇ ପ୍ରତିକ୍ରିୟା କରିବା ପୂର୍ବରୁ, ସେହି ବ୍ୟକ୍ତିଙ୍କ ସହିତ ଆପଣଙ୍କର ସମ୍ପର୍କ ବିଷୟରେ ଚିନ୍ତା କରନ୍ତୁ। ଏହା ଫଳରେ ମନ୍ତବ୍ୟ ପଛରେ ବ୍ୟକ୍ତିର ଉଦ୍ଦେଶ୍ୟ କ’ଣ ତାହା ବୁଝିବା ସହଜ ହେବ।
ଖରାପ ମନ୍ତବ୍ୟଗୁଡିକର ଉପଯୁକ୍ତ ଉତ୍ତର ଦେବାର ସର୍ବୋତ୍ତମ ଉପାୟ ହେଉଛି ଥଟ୍ଟା-ମଜ୍ଜା। ନିଜର କଥାକୁ ଥଟ୍ଟା-ମଜ୍ଜା ମାଧ୍ୟମରେ ଅନ୍ୟ ଜଣକୁ କହିବା ଦ୍ୱାରା ଏହା ଖୁବ ପ୍ରଭାବ ପକେଇଥାଏ।
ଯଦି କାହାର ମନ୍ତବ୍ୟ ଅଶାଳୀନ ଏବଂ ଆପଣ ଏଥିରେ ଅସହଜ ଅନୁଭବ କରନ୍ତି, ତେବେ ସେହି ବ୍ୟକ୍ତିଙ୍କ ସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ ଏବଂ ତାଙ୍କୁ ସମ୍ମାନର ସହ ଲଜ୍ଜିତ କରିବାକୁ ଚେଷ୍ଟା କରନ୍ତୁ।
ଅନେକ ଲୋକ ଖରାପ ମନ୍ତବ୍ୟ ଶୁଣି କ୍ରୋଧିତ ହୋଇଯାଆନ୍ତି ଏବଂ ଆକ୍ରମଣାତ୍ମକ ମନୋଭାବ ପୋଷଣ କରନ୍ତି। ପ୍ରତ୍ୟେକ ଖରାପ ମନ୍ତବ୍ୟ ଉପରେ ପ୍ରତିକ୍ରିୟା କରିବାର କୌଣସି ଆବଶ୍ୟକତା ନାହିଁ। ବେଳେବେଳେ ନୀରବତା ଏକ ଶକ୍ତିଶାଳୀ ଅସ୍ତ୍ରଭାବେ କାମ କରେ।
କେତେକ କ୍ଷେତ୍ରରେ କୌଣସି ମନ୍ତବ୍ୟ ଭୁଲ ବୁଝାମଣା ଯୋଗୁଁ ହୋଇଥାଇପାରେ। ଏପରି ପରିସ୍ଥିତିରେ, ଏହାକୁ ଏଡାଇବା ପାଇଁ ଆପଣ ସ୍ପଷ୍ଟୀକରଣ ମାଗିପାରିବେ।