ସାଧାରଣତଃ, ଗୁଡ଼ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। କିନ୍ତୁ ଭେଜାଲ ଗୁଡ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ।
ବଜାରରେ ବିକ୍ରି ହେଉଥିବା ଗୁଡ଼ ପ୍ରାୟତଃ ରାସାୟନିକ ପଦାର୍ଥ କିମ୍ବା ଶସ୍ତା ଚିନିରେ ପ୍ରସ୍ତୁତ ହୋଇଥାଏ। ଏହାର ଶୁଦ୍ଧତା ଉପରେ ପ୍ରଶ୍ନ ଉଠିଥାଏ। ତେଣୁ ଗୁଡ କିଣିବା ପୂର୍ବରୁ ଯାଞ୍ଚ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏଠାରେ ଆମେ ଆପଣଙ୍କୁ କେତେକ ସହଜ ଉପାୟ କହିବୁ ଯାହା ଦ୍ୱାରା ଆପଣ କିଣୁଥିବା ଗୁଡ ଭେଜାଲ କି ନାହିଁ ଜାଣିପାରିବେ।
ଏକ ଗ୍ଲାସରେ ପାଣି ନିଅନ୍ତୁ ଏବଂ ସେଥିରେ ଏକ ଛୋଟ ଖଣ୍ଡ ଗୁଡ ପକାନ୍ତୁ। ଶୁଦ୍ଧ ଗୁଡ ପାଣିରେ ସଂପୂର୍ଣ୍ଣ ଭାବେ ତରଳି ଯିବ, କିନ୍ତୁ ଭେଜାଲ୍ ଗୁଡ ତଳେ ବସିଯିବ।
ଶୁଦ୍ଧ ଗୁଡର ରଙ୍ଗ ଗାଢ ବାଦାମୀ କିମ୍ବା ହାଲୁକା ହଳଦିଆ ହୋଇଥାଏ। କିନ୍ତୁ ଭେଜାଲ୍ ଗୁଡର ରଙ୍ଗ ଚକଚକିଆ ଏବଂ ଗାଢ ହଳଦିଆ ହୋଇପାରେ।
ଶୁଦ୍ଧ ଗୁଡର ସ୍ୱାଦ ମିଠା ଏବଂ ପ୍ରାକୃତିକ ହୋଇଥାଏ। କିନ୍ତୁ ଭେଜାଲ ଗୁଡର ସ୍ୱାଦ ବେଳେବେଳେ ବହୁତ କଡା କିମ୍ବା ଅଜବ ହୋଇପାରେ।
କାଦୁଆ କିମ୍ବା ଅତ୍ୟଧିକ ଓଦାଳିଆ ଗୁଡ ଭେଜାଲ୍ ହେବାର ଅଧିକ ସମ୍ଭାବନା ଥାଏ।