Body Care: ସୁନ୍ଦର ଦିଶିବ ପାଦ, ଆପଣାନ୍ତୁ ଏହି ୫ଟି ଟିପ୍ସ

Author: Tapaswini Nayak | Credit: Canva

ପାଦ ଆମକୁ ଚଳପ୍ରଚଳ କରାଏ, କିନ୍ତୁ ଆମେ ଏହାର ଯତ୍ନ ନେବାକୁ ଭୁଲିଯାଉ। ଅଧିକାଂଶ କେବଳ ମୁହଁର ଯତ୍ନ ନିଅନ୍ତି। କିନ୍ତୁ ପାଦର ଯତ୍ନ ନିଆଯିବା ଜରୁରି।

Author: Tapaswini Nayak | Credit: Canva

ଖାଲି ପାଦରେ ଚାଲନ୍ତୁ ନାହିଁ ସର୍ବଦା ପରିଷ୍କାର-ପରିଚ୍ଛନ୍ନ ଥିବା ସ୍ଥାନରେ ଚାଲିବାକୁ ଚେଷ୍ଟା କରନ୍ତୁ। ସର୍ବସାଧାରଣ ସ୍ଥାନରେ ଆଦୌ ଖାଲି ପାଦରେ ଚାଲନ୍ତୁ ନାହିଁ।

Author: Tapaswini Nayak | Credit: canva

ଦିନକୁ ଦୁଇଥର ପାଦ ଧୁଅନ୍ତୁ ଅତି କମରେ ଦିନରେ ନିଶ୍ଚିତ ରୂପେ ଦୁଇ ଥର ପାଦ ଧୋଇବା ଅଭ୍ୟାସ ରଖନ୍ତୁ। ଏହା ଫଳରେ ମଇଳା, ଜୀବାଣୁ ଆଦି ସଫା ହୋଇଯାଇଥାଏ।

Author: Tapaswini Nayak | Credit: Canva

ପାଦକୁ ସଠିକ୍ ଭାବରେ ଶୁଖାନ୍ତୁ ପାଦ ଧୋଇ ସାରିବା ପରେ ଓଦା ପାଦରେ ଅଧିକ ସମୟ ରୁହନ୍ତୁ ନାହିଁ। ବିଶେଷ କରି ଓଦା ପାଦରେ ସ୍ଲିପର୍, ସକ୍ସ କିମ୍ବା ବୁଟ୍ ପିନ୍ଧନ୍ତୁ ନାହିଁ।

Author: Tapaswini Nayak | Credit: Canva

ମଶ୍ଚରାଇଜର ପାଦକୁ ନିୟମିତ ଭାବେ ମଶ୍ଚରାଇଜ୍ କରନ୍ତୁ। ଏପରି କରିବା ଦ୍ୱାରା ଶୁଷ୍କ ଏବଂ ଫଟା ପାଦ ସମସ୍ୟାକୁ ଦୂର କରାଯାଇ ପାରିବ।

Author: Tapaswini Nayak | Credit: Canva

ଭଲ ସକ୍ସ ପିନ୍ଧନ୍ତୁ ଗୋଟିଏ ସକ୍ସକୁ ସଫା ନକରି ବାରମ୍ବାର ପିନ୍ଧନ୍ତୁ ନାହିଁ। ସର୍ବଦା ବୁଟ୍ ଓ ସକ୍ସକୁ ସଫା ରଖନ୍ତୁ।