ଏହା ବାସ୍ତୁ ଦୋଷର ବଡ଼ କାରଣ ହୋଇପାରେ। ଘରେ ସକରାତ୍ମକ ଶକ୍ତି ରହିବା ଦ୍ୱାରା ଖୁସିର ବାତାବରଣ ରହିଥାଏ ଏବଂ ଟଙ୍କା ଅଭାବ ଦେଖା ଦେଇନଥାଏ। କଣ କରିବେ ଜାଣନ୍ତୁ।
ଶୋଇବା ଘରର ଝରକାରେ ସ୍ଫଟିକ୍ ବା କ୍ରିଷ୍ଟାଲ ଲଗାଇଲେ ଘରେ ଟଙ୍କା ଅଭାବ ରହେନାହିଁ। ଏହାକୁ ଛୁଇଁ ଘରକୁ ଯେଉଁ ଆଲୋକ ଆସିଥାଏ ତାହା ସାକରାତ୍ମକ ଶକ୍ତି ଆଣିଥାଏ ଏବଂ ଆର୍ଥିକ ସମସ୍ୟାରୁ ମୁକ୍ତି ଦେଇଥାଏ।
ଘରେ ଜଳର ଅପଚୟ ଏକ ଭଲ ସଙ୍କେତ ନୁହେଁ। ବାସ୍ତୁଶାସ୍ତ୍ର ଅନୁଯାୟୀ ଜଳ ଅପଚୟ ଦ୍ୱାରା ଘରେ ଟଙ୍କା ଅଭାବ ଦେଖାଦେଇଥାଏ। ଏହି କାରଣରୁ ମନୁଷ୍ୟର ଚନ୍ଦ୍ର ଦୁର୍ବଳ ହୋଇଥାଏ। ସେଥିପାଇଁ ଜଳ ନଷ୍ଟ କରିବା ଅନୁଚିତ।
ଘରେ ଏକ ଦର୍ପଣ ରଖନ୍ତୁ ଯେପରି ଏହାର ପ୍ରତିବିମ୍ବ ଘରର ଟ୍ରେଜେରି କିମ୍ବା ଆଲମାରୀ ଉପରେ ପଡ଼ିବ। ଏହା ଦ୍ୱାରା ଅଯଥା ଖର୍ଚ୍ଚ ହ୍ରାସ ହୋଇଥାଏ ଏବଂ ଜମା ପୁଞ୍ଜି ବୃଦ୍ଧି ହୁଏ।
ଘରର ମୁଖ୍ୟ ପ୍ରବେଶ ପଥକୁ ସର୍ବଦା ସଫା ରଖନ୍ତୁ ଏବଂ ଏହାର ଚାରିପାଖରେ ଥିବା କାନ୍ଥର ରଙ୍ଗ ପରିବର୍ତ୍ତନ କରନ୍ତୁ। ଏହା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ କେବେ ବି ଟଙ୍କାର ଅଭାବ ହୁଏ ନାହିଁ।
ଘରର ଉତ୍ତର-ପୂର୍ବ କାନ୍ଥରେ ଗଣେଶଙ୍କ ଫଟୋ ନିଶ୍ଚୟ ରଖନ୍ତୁ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଅର୍ଥାଭାବ ଦୂର କରିବାକୁ ମା’ ଲକ୍ଷ୍ମୀଙ୍କ ସହ ଗଣେଶଙ୍କୁ ମଧ୍ୟ ପ୍ରସନ୍ନ କରିବା ଆବଶ୍ୟକ।
ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ବଗିଚାରେ ଏକ କଦଳୀ ଗଛ ଲଗାଇବା ଦ୍ୱାରା ଘରେ ଶାନ୍ତି ରହିଥାଏ ଏବଂ ଟଙ୍କା ଅଭାବ ହୁଏ ନାହିଁ।
ହିନ୍ଦୁ ଧର୍ମରେ କଦଳୀ ଗଛ ଭଗବାନ ବିଷ୍ଣୁଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଘରର ପୂର୍ବ-ଉତ୍ତର ଦିଗରେ କଦଳୀ ଗଛ ଲଗାଯିବା ଉଚିତ୍।