these 7 things kids secretly watch their parents do

୧. ବଡ଼ ଯାହା କରନ୍ତି, ପିଲାଏ ତାକୁ ନକଲ କରନ୍ତି। ସେମାନେ ଛୋଟ ହେଲେବି ବାପା ମାଆଙ୍କର ସବୁ କାର୍ଯ୍ୟକଳାପକୁ ଲକ୍ଷ୍ୟ କରନ୍ତି। ତେବେ କେଉଁ କଥାକୁ ବେଶୀ ଲକ୍ଷ୍ୟ କରନ୍ତି ଜାଣନ୍ତୁ।

୨. କୌଣସି ସମସ୍ୟା ଆସିଲେ ବାପା ମାଆ କେମିତି ତାକୁ ହ୍ୟାଣ୍ଡଲ୍ କରୁଛନ୍ତି। ପଇସା ସମସ୍ୟା, କିମ୍ୱା ପାରିବାରିକ ବିବାଦର ସମାଧାନ କେମିତି କରୁଛନ୍ତି ତାକୁ ଦେଖନ୍ତି।

୩. ବାପା ମାଆ କେମିତି ନିଜ ଭିତରେ କଥା ହୁଅନ୍ତି ଓ ପରସ୍ପର ନଥିଲା ବେଳେ କଣ ସବୁ କହୁଛନ୍ତି। ଭଲ ନା ଖରାପ। ସମ୍ମାନ ଦିଅନ୍ତି ନା ତାତ୍ସଲ୍ୟ କରନ୍ତି ତାକୁ ପରଖନ୍ତି।

୪. ଘରକୁ ଅତିଥି କିମ୍ବା ବାହାର ଲୋକ ଆସିଲେ ବାପା ମାଆ ସେମାନଙ୍କ ସହ କେମିତି ବ୍ୟବହାର କରୁଛନ୍ତି ଓ ସେମାନେ ଗଲାପରେ ପଛକଡ଼େ କେମିତି କଥା ହେଉଛନ୍ତି ତାହା ପିଲାଏ ଲକ୍ଷ୍ୟ କରନ୍ତି ଓ ସେମିତି ହୁଅନ୍ତି।

୫. ଯଦି କୌଣସି କଥାରେ ବାପା ମାଆ ଅରାଜି ହେଉଛନ୍ତି ତେବେ ସେତେବେଳେ ସେମାନେ କେମିତି ପ୍ରତିକ୍ରିୟା ପ୍ରକାଶ କରନ୍ତି। ରାଗୁଛନ୍ତି ନା ବାଡ଼ିଆପିଟା କରୁଛନ୍ତି ନା ଗାଳିଗୁଲଜ କରୁଛନ୍ତି ତାହା ଲକ୍ଷ୍ୟ କରନ୍ତି।

୬. କୌଣସି ସଫଳତା ମିଳିଲେ ବାପା ମାଆ ତାକୁ କେମିତି ପାଳନ କରନ୍ତି, ସେଥିପାଇଁ ଖୁସି ହୁଅନ୍ତି ନା କେବଳ ବାହାର ଲୋକଙ୍କୁ ଦେଖେଇବାକୁ ଉତ୍ସବ କରନ୍ତି ତାହା ପିଲାଏ ଲକ୍ଷ୍ୟ କରନ୍ତି।

୭. ବାପା ମାଆ ପରସ୍ପରଠାରୁ ଦୂରରେ ଥିଲାବେଳେ ସେମାନେ ଅପରପକ୍ଷ ପାଇଁ କେତେ ବ୍ୟସ୍ତ ହେଉଛନ୍ତି କିମ୍ବା ଖୁସି ହେଉଛନ୍ତି କିମ୍ବା ଅଚିନ୍ତାରେ ରହୁଛନ୍ତି ତାକୁ ପିଲାଏ ଲକ୍ଷ୍ୟ କରନ୍ତି।