ଆଜିକାଲି ମୋବାଇଲ୍ ଫୋନ୍ ସମସ୍ତଙ୍କ ସମୟ ଖାଇଯାଉଛି। ପିଲାଙ୍କ ପାଇଁ ଏହା ନିଶାରେ ପରିଣତ ହେଲାଣି। ଚାହିଁଲେ ବି ମୋବାଇଲ୍ ଫୋନ୍ ଛାଡ଼ି ହେଉନି।
ଡାକ୍ତର କହିଲେଣି ଅତ୍ୟଧିକ ମୋବାଇଲ୍ ବ୍ୟବହାର କରୁଥିବା ଲୋକଙ୍କର ଭୟଙ୍କର ରୋଗ ବାହାରିବାକୁ ଯାଉଛି। ଗୋଟିଏ ନୁହେଁ ଏକାଧିକ ରୋଗ ବାହାରିବ।
ତାହେଲେ କେମିତି ମୋବାଇଲ୍ ଫୋନ୍ ଠାରୁ ଦୂରେଇ ରଖିବେ ନିଜକୁ? ଆସନ୍ତୁ କରିବା ଏହି ୭ଟି ବ୍ରେନ୍ ଏକ୍ସରସାଇଜ୍ ଯାହା ଆପଣଙ୍କୁ ମୋବାଇଲ୍ ଭୁଲେଇ ଦେବ।
୧. ଖାଲି ଥିଲାବେଳେ ମୋବାଇଲ୍ ଫୋନ୍ କରିବାର ଅର୍ଥ ଆପଣ ନିଜ ମୁଣ୍ଡକୁ ଅଯଥାରେ କାମରେ ଲଗାଇବା। କିଛି ଭଲ କଥା ଚିନ୍ତା କରିବାକୁ ଆପଣଙ୍କ ମୁଣ୍ଡଟି ଖାଲି ରହିବା ଜରୁରି।
୨. ହିସାବ କରିବାକୁ ଯଦି ମୋବାଇଲ୍ କାଲକୁଲେଟର କାଢୁଛନ୍ତି ତେବେ ସେ ଅଭ୍ୟାସ ଛାଡ଼ନ୍ତୁ, ଖାତା କଲମ ଧରି ନିଜେ ହିସାବ କରନ୍ତୁ, ନହେଲେ ମାନସିକ ହିସାବ କରନ୍ତୁ।
୩. ଶୋଇଲା ବେଳେ ନିୟମିତ ବହିଟିଏ ପଢ଼ନ୍ତୁ, ମୋବାଇଲ୍ ଦେଖନ୍ତୁ ନାହିଁ। ମୋବାଇଲ୍ ଅପଡେଟ୍ ଦେଖି ସମୟ ନଷ୍ଟ ନକରି ପଢ଼ିଥିବା ବିଷୟରେ ଭାବନ୍ତୁ।
୪.ଆପଣ ୫-୪-୩-୨-୧ ଫର୍ମୁଲା ଆପ୍ଲାଏ କରନ୍ତୁ। ଅର୍ଥାତ ଆପଣ ଦେଖିଥିବା ୫ଟି କଥା, ସ୍ପର୍ଶ କରିଥିବା ୪ଟି ଜିନିଷ, ଶୁଣିଥିବା ୩ଟି କଥା, ଶୁଙ୍ଘିଥିବା ୨ଟି ବାସ୍ନା ଏବଂ ଚାଖିଥିବା କୌଣସି ଗୋଟିଏ ଖାଦ୍ୟର ସ୍ୱାଦ ବିଷୟରେ ମନେପକାନ୍ତୁ ଓ ଭାବନ୍ତୁ।
୫. ପେପର ଓ ବହିକୁ ବଡ଼ ପାଟିରେ ପଢ଼ନ୍ତୁ। ପଢିଥିବା ବିଷୟରେ ଦିନସାରା ଭାବନ୍ତୁ। ଏ ବିଷୟରେ ଅଧିକ କିଛି ଲେଖି ହେବ କି ଆଉକିଛି ପଢ଼ିହେବ କିମ୍ବା କାହାକୁ କହିହେବ ସେ ବିଷୟରେ ଭାବନ୍ତୁ।
୬. ମଝିରେ ମଝିରେ ଆପଣ ଭାବୁଥିବା ଇମେଜ୍ ବା ଚିତ୍ରକଳ୍ପ ଗୋଟିଏ କାଗଜରେ ପେନସିଲରେ ଆଙ୍କନ୍ତୁ। ଏହା ଦେଖି ଆପଣଙ୍କୁ ହସ ଲାଗିପାରେ, କିନ୍ତୁ ଏହା ଆପଣଙ୍କୁ ସୃଜନଶୀଳତା ଦିଗରେ ଆଗେଇ ନେବ।
ମୋବାଇଲ୍ ଦେଖିବାକୁ ଇଚ୍ଛା ହେଲେ, ଆପଣ କ୍ରସ୍ ୱାର୍ଡ ପଜଲ୍ ଖେଳନ୍ତୁ, ଢଗଢମାଳି ମନେପକାନ୍ତୁ, ଦିନ ସାରାର କାମକୁ ଓଲଟା ମନେପକାନ୍ତୁ, କିଛି କିଛି ଶବ୍ଦ ମଜାରେ ଓଲଟା କୁହନ୍ତୁ ଓ ଲେଖନ୍ତୁ।