ତୁଳସୀର ଆଶ୍ଚର୍ଯ୍ୟ ମାହାତ୍ମ୍ୟ ବିଷୟରେ ୮ଟି କଥା

Author: Amaresh Biswal | Credit: Google

୧. ତୁଳସୀଙ୍କୁ ବିଷ୍ଣୁପ୍ରିୟା କହନ୍ତି। ହିନ୍ଦୁମାନଙ୍କର ପ୍ରତ୍ୟେକ ଶୁଭ କାର୍ଯ୍ୟରେ ତୁଳସୀ ପତ୍ରକୁ ଭଗବାନଙ୍କର ପ୍ରସାଦ ରୂପେ ବ୍ୟବହାର କରାଯାଏ।

Author: Amaresh Biswal | Credit: Google

୨. ଯେଉଁଠି ତୁଳସୀ ଗଛ ଅଧିକ ମାତ୍ରାରେ ଥାଏ, ସେଠାକାର ବାତାବରଣ ଶୁଦ୍ଧ ଏବଂ ପବିତ୍ର ରହେ। ତୁଳସୀ ପତ୍ରରୁ ପ୍ରସ୍ତୁତ ତୈଳ, କୀଟାଣୁ ନାଶ କରି ବାତାବରଣକୁ ଶୁଦ୍ଧ କରେ।

Author: Amaresh Biswal | Credit: Google

୩. ତୁଳସୀ ଗଛ ମୂଳେ ବସି ପ୍ରାୟାଣାମ କଲେ କୀଟାଣୁ ନାଶ ହୋଇ ଶରୀରରେ ବଳ, ବୁଦ୍ଧି ଏବଂ ଓଜ ବୃଦ୍ଧି ହୁଏ।

Author: Amaresh Biswal | Credit: Google

୪. ସକାଳୁ ଖାଲି ପେଟରେ ଏହାର ପତ୍ର ଓ ଜଳ ସେବନ କଲେ ବଳ, ତେଜ ଏବଂ ସ୍ମରଣଶକ୍ତି ବୃଦ୍ଧି ହୁଏ।

Author: Amaresh Biswal | Credit: Google

୫. ତୁଳସୀ ପତ୍ର ରସରେ ଏକ ବିଶେଷ ପ୍ରକାରର କ୍ଷାର ଥାଏ। ଯାହା ପାଟିରୁ ଦୁର୍ଗନ୍ଧ ବାହାରେ, ସେ ପ୍ରତ୍ୟହ ଅଳ୍ପ ତୁଳସୀ ପତ୍ର ଚୋବାଇଲେ ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ।

Author: Amaresh Biswal | Credit: Google

୬. ଭୋଜନ ପରେ ଅଳ୍ପ ତୁଳସୀ ପତ୍ର ଚୋବାଇଲେ ସ୍ୱାସ୍ଥ୍ୟ ବୃଦ୍ଧି ହୋଇଥାଏ, ମନ, ବାଣୀ ବଶରେ ରହେ। ତୁଳସୀର ସ୍ପର୍ଶ ଏବଂ ଦର୍ଶନ ମଧ୍ୟ ଲାଭଦାୟକ।

Author: Amaresh Biswal | Credit: Google

୭. ଭଗବାନ ବିଷ୍ଣୁଙ୍କର ତିନୋଟି ଜିନିଷ ଅତି ପ୍ରିୟ- ଭଗବାନ ଶଙ୍କର, ତୁଳସୀ ଏବଂ ଅଁଳା। ଏହାର ସର୍ବାଧିକ ଗୁଣବତ୍ତା କାରଣରୁ ଆମ ଦେଶରେ ଏହାକୁ ପୂଜା ବି କରାଯାଏ।

Author: Amaresh Biswal | Credit: Google

୮. ତୁଳସୀ ଆମ ଶରୀରରେ ବିଦ୍ୟୁତର ସମତା ରକ୍ଷା କରେ। ତୁଳସୀ ମାଳା ଧାରଣ କରୁଥିବା ବ୍ୟକ୍ତିକୁ ଅନେକ ରୋଗରୁ ମୁକ୍ତି ମିଳେ। ତୁଳସୀ ପତ୍ର ଏକ ଉତ୍କୃଷ୍ଟ ରସାୟନ। ଏହା ଗରମ ଏବଂ ତ୍ରିଦୋଷ ନାଶକ।

Author: Amaresh Biswal | Credit: Google

୯. ଏହା ରକ୍ତ ବିକାର, ଜ୍ଵର, ବାୟୁ, କାଶ, କୃମି ନାଶକ ଏବଂ ହାଡ଼ ରୋଗ ଇତ୍ୟାଦି ଦୂର ହୁଏ। ତୁଳସୀର ମୂଳ ଓ ପତ୍ର ଜ୍ଵର ପାଇଁ ବିଶେଷ ଉପଯୋଗୀ। ବୀର୍ଯ୍ୟଦୋଷ ନିରାକରଣ ପାଇଁ ଏହାର ବୀଜ ଅତି ଉତ୍ତମ।

Author: Amaresh Biswal | Credit: Google

୧୦. ତୁଳସୀ ପତ୍ରର ଚାହା ପିଇଲେ ଜ୍ଵର, ଆଳସ୍ୟ, କ୍ଳାନ୍ତି ତଥା ବାତ-ପିତ୍ତ ବିକାର ଦୂର ହୁଏ, ଭୋକ ବଢେ। ତୁଳସୀ ପତ୍ର, ପାନ ମଧୁରୀ, ଗୁଜୁରାତି, ପୁଦିନା, ଶୁଣ୍ଠି, ଗୋଲମରିଚ, ଡାଲଚିନି, ବ୍ରାହ୍ମୀ ଆଦିର ମିଶ୍ରଣରେ ତୁଳସୀ ଚାହା କରାଯାଏ।