ଆପଣ ଜାଣନ୍ତି କି ଯଦି ଆପଣଙ୍କର ପିଲା ରାଗିଯାଏ ତେବେ ଆପଣ ତାଙ୍କ ସହିତ କିପରି ବ୍ୟବହାର କରିବେ ଏବଂ ସେହି ସମୟରେ ଆପଣ କ’ଣ କରିବେନି ?
ଅନେକ ବାପାମାଆ ନିଜ ପିଲାର ରାଗକୁ ଯଥାର୍ଥ ଭାବରେ ଗ୍ରହଣ କରନ୍ତି ନାହିଁ ଏବଂ ପିଲାଙ୍କୁ ଶାନ୍ତ କରିବାକୁ ନିଜେ ରାଗିଯାଆନ୍ତି।
ଯଦି ଆପଣ ନିଜ ପିଲାମାନଙ୍କ ମଧ୍ୟରେ ସକରାତ୍ମକ ପରିବର୍ତ୍ତନ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ନିଜର ଭାବନାକୁ ନିୟନ୍ତ୍ରଣ କରିବା ପାଇଁ ଏକ ସକରାତ୍ମକ ଉପାୟ ଗ୍ରହଣ କରନ୍ତୁ।
ଯଦି ପିଲା ରାଗିଯାଇଥାଏ ତେବେ ଏହା ତାଙ୍କୁ ଅନୁଶାସନ କରିବାର ସମୟ ନୁହେଁ। ଏହି ସମୟରେ ଯଦି କିଛି ସାନ୍ତ୍ୱନାମୂଳକ କଥା କୁହାଯାଏ ତେବେ ଏହା ଭଲ ପ୍ରଭାବ ପକାଏ।
ପିଲାର ଅସନ୍ତୋଷକୁ କେବେବି ଅଣଦେଖା କରିବା ଉଚିତ ନୁହେଁ। ଯଦି ଆପଣ ଆଶା କରୁଛନ୍ତି ଯେ ସେ ଆସି ଆପଣକୁ କ୍ଷମା ମାଗିବ ତେବେ ଏହି ପଦ୍ଧତି ଠିକ୍ ନୁହେଁ।
ଅନେକ ବାପାମାଆ ପିଲାର ସମସ୍ୟା ଶୁଣିବାକୁ ଚାହାଁନ୍ତି ନାହିଁ ଏବଂ କିଛି ନ ଶୁଣି ସିଦ୍ଧାନ୍ତ ନେଇଯାଆନ୍ତି। ଯଦି ପିଲାଟି କହୁଥିବା ସମସ୍ତ କଥାକୁ ଭଲ ଭାବରେ ଶୁଣନ୍ତି ଏବଂ ସମସ୍ୟା କ’ଣ ତାହା ବୁଝିବାକୁ ଚେଷ୍ଟା କରନ୍ତି ଏହା ଭଲ ହେବ।
ଟିକେ ଟିକେ କଥାରେ ଆପଣ ଯଦି ପୁରୁଣା କଥାକୁ ଉଠାନ୍ତି, ତେବେ ଏହା ପିଲାମାନଙ୍କ ପାଇଁ ଅତ୍ୟନ୍ତ କ୍ରୋଧର କାରଣ ହୁଏ। ଆପଣଙ୍କ ଏହି ଅଭ୍ୟାସକୁ ପରିବର୍ତ୍ତନ କରିବା ଉଚିତ।
ଯଦି ଆପଣ କ୍ରୋଧ କରି ପିଲାମାନଙ୍କୁ ଦଣ୍ଡ ଦେବାରେ ବିଶ୍ୱାସ କରନ୍ତି, ତେବେ ଏହା ଏକ ବଡ ଭୁଲ। ଏହା କରିବା ଦ୍ୱାରା ପିଲାଟିର ମନରେ ଅଧିକ ରାଗ ଭରିଯାଏ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାପାମାଆମାନେ ପିଲାମାନଙ୍କୁ ଭରଷା ଦେବା ଉଚିତ ଯେ ସେମାନେ ପ୍ରତ୍ୟେକ ଅସୁବିଧା ଓ ସମସ୍ୟା ଶୁଣିବାକୁ ପ୍ରସ୍ତୁତ।