Expensive Toilet: ଦୁନିଆର ସବୁଠୁ ମହଙ୍ଗା ଟଏଲେଟ୍, ଦାମ୍ ୨୬୦ କୋଟି

Author: Namita Biswal | Credit: O

ଆଜିକାଲି ଲୋକେ ଘର ତିଆରି କରିବା ବେଳେ ଚକାଚକ୍ ଟଏଲେଟ୍ ପାଇଁ ବିଶେଷ ଖର୍ଚ୍ଚ କରୁଛନ୍ତି । ହେଲେ ଦୁନିଆରେ ଏମିତି ବି ଟଏଲେଟ୍ ତିଆରି ହୋଇଛି, ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ହଜାରେ କି ଲକ୍ଷେ ନୁହେଁ ଏହାର ଦାମ୍ ଶହେ କୋଟିରୁ ଅଧିକ ।

Author: Namita Biswal | Credit: T

ଦୁନିଆର ସବୁଠୁ ମହଙ୍ଗା ଟଏଲେଟକୁ ତିଆରି କରିଛନ୍ତି ବୈଜ୍ଞାନିକ । ଏହାର ମୂଲ୍ୟ ରହିଛି ୨.୬୦ ବିଲିୟନ ଡଲାର (୨୬୦ କୋଟି) । ଏହା ଦୁନିଆର ସବୁଠୁ ମହଙ୍ଗା ସହ ସବୁଠୁ ହାଇଟେକ୍ ଟଏଲେଟ୍ ମଧ୍ୟ ଅଟେ ।

Author: Namita Biswal | Credit: V

୨.୬୦ ବିଲିୟନର ଏହି ଟଏଲେଟ୍ ମହାକାଶ ଯାତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଛି, ଯାହାର ବ୍ୟବହାର ସ୍ପେଶ୍ ଷ୍ଟେସନରେ କରାଯାଉଛି ।

Author: Namita Biswal | Credit:

୧୯୮୮ ଓ ୧୯୯୨ ମଧ୍ୟରେ ସ୍ପେସ୍ ସଟଲ ଏଣ୍ଡେଭର ପାଇଁ ବିକଶିତ ହୋଇଥିବା ଏହି ଟଏଲେଟ୍ 'ୱେଷ୍ଟ କଲେକ୍ସନ ସିଷ୍ଟମ' (WCS) ନାମରେ ଜଣାଯାଏ ।

Author: Namita Biswal | Credit:

ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନରେ ଏବେ ବ୍ୟବହାର କରାଯାଉଥିବା ଟଏଲେଟ୍ 'ୟୁନିଭର୍ସ ୱେଷ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ' (UWMS), ଯାହାର ମୂଲ୍ୟ ପ୍ରାୟ ୨୦୦ କୋଟି ।

Author: Namita Biswal | Credit:

ଟାଇଟାନିୟମରୁ ପ୍ରସ୍ତୁତ UWMS ପୂର୍ବ ଟଏଲେଟ୍ ତୁଳନାରେ ୬୫ ପ୍ରତିଶତ ଛୋଟ ଓ ୪୦ ପ୍ରତିଶତ ହାଲୁକା ।

Author: Namita Biswal | Credit: OTV

ଏହାର ବ୍ୟବହାର ଓ ରକ୍ଷଣାବେକ୍ଷଣ ଭାରି ସହଜ । ଭବିଷ୍ୟତରେ ହେବାକୁ ଥିବା ଚନ୍ଦ୍ର ଓ ମଙ୍ଗଳ ଗ୍ରହ ମିଶନକୁ ଦୃଷ୍ଟିରେ ରଖି ଏହାର ନିର୍ମାଣ କରାଯାଇଛି ।