ଆପଣ ଟଙ୍କା ସଞ୍ଚୟ କରିବାକୁ ଚାହୁଁଛନ୍ତି କି ? କେମିତି ଟଙ୍କା ସଞ୍ଚୟ କରିବେ ଉପାୟ ପାଉ ନାହିଁନ୍ତି କି ? ଆସନ୍ତୁ ଜାଣିବା....
Author: Sujit kumar Swain | Credit: OTV
ଧନକୁ ଆବଶ୍ୟକତା ରୂପେ ଖର୍ଚ୍ଚ କରନ୍ତୁ: ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ବିପଦ ସମୟରେ ଟଙ୍କା ହିଁ ମନୁଷ୍ୟର ପରମ ମିତ୍ର ହୋଇଥାଏ । ବ୍ୟକ୍ତିକୁ ଟଙ୍କା ଉପାର୍ଜନ କରିବା ସହ ତାକୁ ସଠିକ ରୂପରେ ବ୍ୟବହାର କରିବାର କୌଶଳ ମଧ୍ୟ ଜଣାଥିବା ଦରକାର ।
Author: Sujit kumar Swain | Credit: OTV
ଦାନ କରନ୍ତୁ: ମନ୍ଦିରରେ ଟଙ୍କା ଦେବା ଦ୍ୱାରା ଇଶ୍ୱରୀୟ କୃପା ବର୍ଷିଥାଏ ଏବଂ ଟଙ୍କା ଦେଉଥିବା ବ୍ୟକ୍ତିର ଆର୍ଥିକ ସ୍ଥିତି ସୁଦୃଢ଼ ରହିଥାଏ । ଏହା ସହିତ ସମୟ ସମୟରେ ମନ୍ଦିରରେ ଟଙ୍କା ଦାନ କରିବା ଦ୍ୱାରା ବ୍ୟକ୍ତିର ଘରେ କେବେ ଦାରିଦ୍ର୍ୟ ଦେଖାଦିଏନାହିଁ ବୋଲି ଚାଣକ୍ୟ କହିଛନ୍ତି ।
Author: Sujit kumar Swain | Credit: OTV
ବାଣିଜ୍ୟରେ ଟଙ୍କା ନିବେଶ କରନ୍ତୁ: ଚାଣକ୍ୟଙ୍କ ମତରେ ସୁରକ୍ଷା, ଦାନ ଏବଂ ବାଣିଜ୍ୟରେ ଟଙ୍କା ନିବେଶ କରିବା ଦ୍ୱାରା କେବେ ଆର୍ଥାଭାବ ସ୍ଥିତି ଉପୁଜିନଥାଏ ବରଂ ଟଙ୍କା ବୃଦ୍ଧି ପାଇଥାଏ।