ଆବଶ୍ୟକ ହେଲେ ଫାମିଲି କାଉନସିଲରଙ୍କ ସହାୟତା ନିଅନ୍ତୁ। ଏହା ଦ୍ୱାରା ସଂପର୍କ ମଜଭୁତ କରିବାକୁ ଉପାୟ ପାଇଯିବେ।
ଯଦି ଆପଣ ୪ ସପ୍ତାହରୁ ଅଧିକ ଦିନ ଧରି ପରସ୍ପରଙ୍କ ସହିତ ଅନ୍ତରଙ୍ଗ ନହୋଇପାରୁଚନ୍ତି ତେବେ ଏହା ସ୍ୱାଭାବିକ ନୁହେଁ।
ଯଦି ଆପଣଙ୍କ ପାଖରେ ପରସ୍ପର ପାଇଁ ସମୟ ନାହିଁ ଏବଂ ପରସ୍ପରଙ୍କ ମଧ୍ୟରେ କ’ଣ କଥା ହେବେ ବୁଝିପାରୁ ନାହାଁନ୍ତି, ତେବେ ଏହା ସଂପର୍କ ବିଗାଡ଼ିବାର କାରଣ ହୋଇପାରେ।
ଯଦି ଆପଣ ନିଜର ସମ୍ପର୍କରେ କେବଳ କାମ କରିବାକୁ ଅଧିକ ପ୍ରାଥମିକତା ଦେଉଛନ୍ତି ଏବଂ ନିଜ ପାର୍ଟନର୍ କିମ୍ବା ପରିବାର ପାଇଁ କୌଣସି ସମୟ ବାହାର କରିପାରୁ ନାହାନ୍ତି, ଏଥିରୁ ନିବୃତ୍ତ ରହନ୍ତୁ।
ଯଦି ଆପଣ କିମ୍ବା ଆପଣଙ୍କ ପାର୍ଟନର୍ ନିଜ ବାପାମାଆ, ସମ୍ପର୍କୀୟ କିମ୍ବା ଭାଇଭଉଣୀଙ୍କ ଆଦେଶ ପାଳନ କରୁଛନ୍ତି ଏବଂ ପାର୍ଟନର୍ଙ୍କ କଥାକୁ ଶୁଣୁନାହାନ୍ତି, ତେବେ ଏହା ଦୂରତା ବଢ଼ାଇବ।
ଯଦି ଆପଣ ନିଜ ସମ୍ପର୍କକୁ ନେଇ ସୁରକ୍ଷିତ ଅନୁଭବ କରୁ ନାହାନ୍ତି, ଯଦି ଆପଣଙ୍କୁ ଲାଗୁଛି ଯେ, ପାର୍ଟନରଙ୍କୁ କିଛି କହିଲେ ସେ ଆପଣଙ୍କୁ ଅପମାନିତ କରିବେ କିମ୍ବା ଝଗଡା କରିବେ, ତେବେ ଏହା ମଧ୍ୟ ସ୍ୱାଭାବିକ ସମ୍ପର୍କର ମୂଳଦୁଆ ନୁହେଁ।