ବୟସ୍କଙ୍କ ପାଇଁ Kanazawa University ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଆସିଛି ଗ୍ରୀନ୍ ଚା ସଂପର୍କିତ କିଛି ଭଲ ତଥ୍ୟ।
ଅଧ୍ୟୟନରୁ ଜଣାପଡିଛି, ନିୟମିତ Green Tea ପିଇଲେ ବୟସ୍କ ବ୍ୟକ୍ତିଙ୍କ ମସ୍ତିଷ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ।
ପ୍ରତିଦିନ ୩ ଗ୍ଲାସ୍ କିମ୍ବା ଅଧିକ ସବୁଜ ଚା’ ପିଇବା ଦ୍ୱାରା ସ୍ମରଣଶକ୍ତି ବଢ଼ିଥାଏ ଏବଂ ଆଲଜାଇମର ଭଳି ଭୟଙ୍କର ରୋଗ ପାଇଁ ଲାଭଦାୟକ ହେବ।
ଉଭୟ ସବୁଜ ଚା ଏବଂ କଫି ବୟସ୍କ ମାନଙ୍କର ନ୍ୟୁରୋ ପ୍ରୋଟେକ୍ଟିଭ୍ ଗୁଣ ପାଇଁ ବେଶ୍ ଜଣାଶୁଣା।
କିନ୍ତୁ ଏହି ଅଧ୍ୟୟନରେ ମସ୍ତିଷ୍କ ସ୍ୱାସ୍ଥ୍ୟ ଉପରେ କଫିର କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଥିବା ନେଇ ଜଣାପଡିନାହିଁ।
ଏନ.ପି.ଜେ. ସାଇନ୍ସ ଅଫ୍ ଫୁଡ୍ ଜର୍ଣ୍ଣାଲରେ ପ୍ରକାଶିତ ଫଳାଫଳ ସୂଚାଇଛି ଯେ ଦୈନନ୍ଦିନ ଖାଦ୍ୟରେ ସବୁଜ ଚା’କୁ ସାମିଲ କଲେ, ଏହା ବୟସ୍କ ବ୍ୟକ୍ତିଙ୍କୁ ଦୀର୍ଘକାଳୀନ ଲାଭ ପ୍ରଦାନ କରିଥାଏ।
ଗବେଷକ କହିଛନ୍ତି- ଦିନକୁ ତିନି କିମ୍ବା ଅଧିକ ଗ୍ଲାସ ସବୁଜ ଚା ପିଇବା ଦ୍ୱାରା ଏହା ଡିମେନ୍ସିଆକୁ ରୋକିବାରେ ସାହାଯ୍ୟ କରିପାରେ।
ଅନ୍ୟଏକ ମନ୍ତବ୍ୟ ଅନୁସାରେ-"ତଥାପି, ଆମର ଫଳାଫଳ ଗୁଡ଼ିକୁ ବୈଧ କରିବା ପାଇଁ ଆହୁରି ଅଧିକ ଅଧ୍ୟୟନ ଏବଂ ମୌଳିକ ଗବେଷଣା ଆବଶ୍ୟକ ରହିଛି।"