ହାତ ସଫା କରିବା ଜରୁରୀ : ମୁହଁକୁ ସଫା କରିବା ପୂର୍ବରୁ ହାତକୁ ସଫା କରିବା ଜରୁରୀ । କାରଣ ହାତରେ ସବୁଠୁ ଅଧିକ ଜର୍ମସ୍ ଥା'ନ୍ତି । ହାତ ସଫା ନକଲେ ଏକନେ (ବ୍ରଣ) ହେବାର ସମ୍ଭାବନା ବଢିଯାଏ ।
ମୁହଁକୁ ଓଦା ଟିସ୍ୟୁରେ ସଫା କରନ୍ତୁ : ମୁହଁରେ ଫେସୱାଶ୍ ଲଗାଇବା ପୂର୍ବରୁ ସ୍କ୍ରିନ୍ରେ ଜମା ହୋଇଥିବା ଏକଷ୍ଟ୍ରା ଡାର୍ଟକୁ ହଟାଇବା ଜରୁରୀ । ଏଥପାଇଁ କୌଣସି ଟାୱେଲ ବା ଟିସ୍ୟୁକୁ ଓଦା କରି ଚେହେରାରେ ଜମି ଥବା ଏକଷ୍ଟ୍ରା ଡାର୍ଟକୁ ପୋଛି ନିଅନ୍ତୁ ।
ହାତରେ କରନ୍ତୁ ଫୋମ୍ : ଫେସୱାଶକୁ ସିଧା ମୁହଁରେ ରଗଡ଼ନ୍ତୁ ନାହିଁ । କିଛି ପାଣି ଢାଳି ହାତରେ ଫୋମ୍ କରିବା ପରେ, ଏହି ଫୋମି ପାର୍ଟକୁ ସ୍କିନ୍ରେ ଘଷନ୍ତୁ ।
ସଫାଇ : ଅଧିକ ଜୋରରେ ସ୍କିନ୍କୁ ନଘଷି ଫୋମ୍ ସହ ଆରାମରେ ମୁହଁକୁ ସଫା କରନ୍ତୁ ।
ମୁହଁକୁ ଧୋଇବା ପାଇଁ ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ପାଣି ବ୍ୟବହାର କରନ୍ତୁ ନାହିଁ ।