How to Remove Sweat Smell From Body

ବ୍ୟାୟାମ ପରେ ନିୟମିତ ଭାବେ ପୋଷାକ ଧୋଇବାର ଅଭ୍ୟାସ କରନ୍ତୁ। ଏହାକୁ ପିନ୍ଧିସାରି ସେମିତି ରଖିଦେଲେ ଏହାର ଗନ୍ଧ ଉତ୍କଟ ହୋଇଥାଏ। ଧୋଇ ଶୁଖାଇଲେ ଦୁର୍ଗନ୍ଧ କମିବା ସହଜ ହୋଇଥାଏ।

ଅନେକ ଲୋକ ଭାବନ୍ତି ଯେ, ଗରମ ପାଣିରେ ପୋଷାକ ଧୋଇବା ଭଲ, କିନ୍ତୁ ତାହା ଠିକ୍ ନୁହେଁ। ଗରମ ପାଣିରେ ଧୋଇବା ଦ୍ୱାରା ପୋଷାକ ସଙ୍କୁଚିତ ହୋଇପାରେ ଏବଂ ଖରାପ ଗନ୍ଧ ମଧ୍ୟ ସଂପୂର୍ଣ୍ଣ ଦୂରେଇ ଯାଏ ନାହିଁ।

ପୋଷାକ ଧୋଇବା ପୂର୍ବରୁ, ୧ କପ୍ ଧଳା ଭିନେଗାର ଏବଂ ଅଧା କପ୍ ବେକିଂ ସୋଡା ମିଶାନ୍ତୁ ଏବଂ ପୋଷାକକୁ ୩୦ ମିନିଟ୍ ପାଇଁ ଭିଜାନ୍ତୁ। ପୋଷାକରେ ଜମା ହୋଇଥିବା ଦୁର୍ଗନ୍ଧକୁ ଦୂର ହୋଇଯିବ।

ସୂର୍ଯ୍ୟକିରଣରେ ପୋଷାକ ଶୁଖାଇଲେ ଜୀବାଣୁ ମାରିବା ଏବଂ ଦୁର୍ଗନ୍ଧ କମାଇବା ପାଇଁ ଏହା ଏକ ଉପାୟ। ସୂର୍ଯ୍ୟଙ୍କର UV କିରଣ ଜୀବାଣୁ ମାରିବାରେ ସାହାଯ୍ୟ କରେ।

ଅନେକ ଜୀମ୍‌କୁ ବ୍ୟାଗ୍ ନେଇ ଯାଆନ୍ତି। ସେହି ବ୍ୟାଗ୍‌ରେ ନିଜର ପୋଷାକ ରଖନ୍ତି। ଯଦି ବ୍ୟାଗ୍ ସଫା ନ କରି ଧୁଆ ପୋଷାକକୁ ଏହି ବ୍ୟାଗରେ ରଖାଯାଏ, ତାହା ମଧ୍ୟ ଖରାପ ଗନ୍ଧ କରିପାରେ।

ସଫା ସୁତୁରା ରହିବା ପରେ ମଧ୍ୟ ଅନେକ ଲୋକଙ୍କ ଦେହରୁ ଝାଳ ଗନ୍ଧ ବାହାରେ। ଏକ୍ଷେତ୍ରରେ ଆପଣ ଡିଓଡରାଣ୍ଟର ସହାୟତା ନେଇପାରନ୍ତି।

ଯଦି ଆପଣଙ୍କ ଦେହରୁ ଅଧିକ ଝାଳ ବାହାରୁଥାଏ ତେବେ ଆପଣ ହାଲ୍‌କା ପୋଷାକ ପିନ୍ଧିବାକୁ ଅଭ୍ୟାସ କରନ୍ତୁ। ହାଲ୍‌କା ପୋଷାକ ଝାଳକୁ ରୋକିବାରେ ସହାୟକ ହୋଇଥାଏ।

ଯଦି ଆପଣ ଖରାଦିନେ କଳା ପୋଷାକ କିମ୍ବା ମୋଟା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି, ତେବେ ଏହା ଝାଳର କାରଣ ହେବା ସହ ଦୁର୍ଗନ୍ଧ ବାହାରିଥାଏ। ଖରାଦିନେ ଏଭଳି ପୋଷାକରୁ ଦୂରେଇ ରୁହନ୍ତୁ।