ସ୍କୁଲ୍ ଯିବାକୁ ଆପଣଙ୍କ ପିଲା କାନ୍ଦୁଛି କି? ୮ଟି ଟିପ୍ସ
Author: Sonali Kabi | Credit: Canva
ସକରାତ୍ମକ କଥାବାର୍ତ୍ତା: ପିଲାଙ୍କ ସହ ଶାନ୍ତ ଭାବରେ କଥା ହୁଅନ୍ତୁ। ତା ଭୟକୁ ଅଣଦେଖା କରନ୍ତୁ ନାହିଁ। ତାକୁ କୁହନ୍ତୁ, ସମସ୍ତଙ୍କର କିଛି ନା କିଛି ଡର ଥାଏ। ଏହାକୁ ଦୂର କରିବାର ଉପାୟ ଅଛି।
Author: Sonali Kabi | Credit: Canva
ରୁଟିନ୍ ସୃଷ୍ଟି କରନ୍ତୁ: ପିଲାର ଦୈନନ୍ଦିନ କାମକୁ ସରଳ ଓ ନିୟମିତ ରଖନ୍ତୁ। ତାକୁ ସମାନ ସମୟରେ ବିଦ୍ୟାଳୟକୁ ପଠାନ୍ତୁ। ଫଳରେ ଭୟ ମନରୁ ଦୂରେଇ ଯିବ। ସେ ଅଭ୍ୟାସରେ ପଡ଼ିଯିବ।
Author: Sonali Kabi | Credit: Canva
ପ୍ରେରଣା ଦିଅନ୍ତୁ: ପିଲାକୁ କୁହନ୍ତୁ, ଶିକ୍ଷକ ତାକୁ ସ୍କୁଲରେ ମିସ୍ କରିବେ। ସାଙ୍ଗମାନେ ଖେଳିବାକୁ ଖୋଜୁଥିବେ। ଏହା ଭାବି ସେ ଖୁସିରେ ସ୍କୁଲ୍ ଯିବ।
Author: Sonali Kabi | Credit: Canva
ଧୈର୍ଯ୍ୟବାନ ହେବା: ପିଲାକୁ ଆଡଜଷ୍ଟ୍ ହେବାକୁ ସମୟ ଦିଅନ୍ତୁ। ଅନ୍ୟ ସାମ୍ନାରେ ଗାଳି ଦେବା ବନ୍ଦ କରନ୍ତୁ। କୁହନ୍ତୁ, ସ୍କୁଲ ସରୁ ସରୁ ତତେ ନେବାକୁ ଆସିଯିବି। ତୁ ସାଙ୍ଗମାନଙ୍କ ସହ ମଜା କରୁଥା।
Author: Sonali Kabi | Credit: Canva
ପ୍ରତିଶ୍ରୁତି ପାଳନ କରିବା: ଯଦି ପିଲାକୁ କହିଛନ୍ତି ଯେ, ସ୍କୁଲରୁ ଫେରିବା ପରେ ତାକୁ ବୁଲେଇ ନେବେ, ତାହେଲେ ପ୍ରତିଶ୍ରୁତି ଭୁଲନ୍ତୁ ନାହିଁ। ପିଲାକୁ କହିଥିବା କଥା ରଖନ୍ତୁ।
Author: Sonali Kabi | Credit: Canva
ପ୍ରତିଶ୍ରୁତି ପାଳନ କରିବା: ଯଦି ପିଲାକୁ କହିଛନ୍ତି ଯେ, ସ୍କୁଲରୁ ଫେରିବା ପରେ ତାକୁ ବୁଲେଇ ନେବେ, ତାହେଲେ ପ୍ରତିଶ୍ରୁତି ଭୁଲନ୍ତୁ ନାହିଁ। ପିଲାକୁ କହିଥିବା କଥା ରଖନ୍ତୁ।
Author: Sonali Kabi | Credit: Canva
ହସିକି ବାଏ କୁହନ୍ତୁ: ସ୍କୁଲ୍ ଗେଟ୍ ପାଖରେ ଛାଡିବା ପରେ, ସଙ୍ଗେସଙ୍ଗେ ଗାଡ଼ି ଛୁଟେଇ ପଳେଇ ଆସନ୍ତୁନି। ପିଲାକୁ ଅନେଇ କିଛି ସମୟ ଠିଆ ହୁଅନ୍ତୁ ଓ ହସିକି 'ବାଏ' ବୋଲି କୁହନ୍ତୁ।
Author: Sonali Kabi | Credit: Canva
ପିଲାର କାନ୍ଦ ପାଇଁ ବ୍ୟସ୍ତ ହୁଅନ୍ତୁନି: ପିଲା କାନ୍ଦିଲେ ଭୟ କରନ୍ତୁ ନାହିଁ କିମ୍ବା ଚିନ୍ତିତ ହୁଅନ୍ତୁନି। ଡର କମିବାର ଏହା ଏକ ପ୍ରକ୍ରିୟା। ଏହାଦ୍ୱାରା ମନ ହାଲୁକା ହୁଏ। କିଛି ସମୟ ପରେ ସେ ସ୍ୱାଭାବିକ ହୋଇଯିବ।
Author: Sonali Kabi | Credit: Canva
ତୁଳନା କରନ୍ତୁ ନାହିଁ: ପିଲାକୁ ଶାନ୍ତ ଭାବରେ ବୁଝାନ୍ତୁ, କେବେବି ସେମାନଙ୍କୁ ଅନ୍ୟମାନଙ୍କ ସହିତ ତୁଳନା କରନ୍ତୁ ନାହିଁ। ଏହା ତାକୁ କଷ୍ଟ ଦିଏ ଓ ତା ମନରେ ଈର୍ଷା ତିଆରି ହୁଏ।