ଆଜିକାଲି ଆଦିବାସୀ ହେୟାର ଅଏଲ୍‌ର ଚାହିଦା ବଢିଚାଲିଛି। ଆଦିବାସୀ ହେୟାର୍ ଅଏଲ୍ ଅନେକ ପ୍ରାକୃତିକ ଜଡିବୁଟିରୁ ତିଆରି ହୋଇଥାଏ। ଏହା ଦ୍ୱାରା ଚୁଟି ସମସ୍ୟା ମଧ୍ୟ ଦୂର ହୁଏ।

Author: Pramod Behera | Credit: OTV

କିନ୍ତୁ ଆଜିକାଲି ବଜାରରେ ନକଲି ଆଦିବାସୀ ହେୟାର ତେଲ ମିଳୁଥିବାରୁ ଏହା ଚୁଟିର ଉପକାର ବଦଳରେ ଅନେକ କ୍ଷତି କରିଥାଏ।

Author: Pramod Behera | Credit: OTV

ଏଥିରୁ ରକ୍ଷା ପାଇବା ପାଇଁ ବଜାର ଉପରେ ନିର୍ଭର ନ କରି ଘରେ ମଧ୍ୟ ଏହି ଆଦିବାସୀ ଚୁଟି ତେଲ କରିହେବ। ଏହି ତେଲ ଚୁଟିକୁ ଝଡିବାରୁ ଓ ରୂପିରୁ ରକ୍ଷା କରିବ।

Author: Pramod Behera | Credit: OTV

ଏହା ସହିତ ଆପଣ ଅଯଥା ଟଙ୍କା ଖର୍ଚ୍ଚରୁ ମଧ୍ୟ ବଞ୍ଚିଯିବେ, କାରଣ ଏହାକୁ ତିଆରି କରିବା ପାଇଁ ଯେଉଁସବୁ ଉପାଦାନ ଆବଶ୍ୟକ ହେବ ତାହା ଆପଣ ସୁବିଧାରେ ପାଇଯିବେ।

Author: Pramod Behera | Credit: OTV

ଏହାକୁ ତିଆରି କହିବା ପାଇଁ ନଡିଆ ତେଲ/ସୋରିଷ ତେଲ, ମେଥି ମଞ୍ଜି, ଭୃଷଙ୍ଗ ପତ୍ର, ଅଁଳା, ନିମ ପତ୍ର, ବ୍ରାହ୍ମୀ ଦରକାର।

Author: Pramod Behera | Credit: OTV

ସର୍ବପ୍ରଥମେ ମେଥି ମଞ୍ଜି, ଭୃଷଙ୍ଗ ପତ୍ର, ଅଁଳା, ନିମ ଏବଂ ବ୍ରାହ୍ମୀକୁ ଧୋଇକି ଶୁଖାନ୍ତୁ। ତା’ପରେ ଏହାକୁ ଗ୍ରାଇଣ୍ଡ୍ କରି ପାଉଡର ତିଆରି କରନ୍ତୁ।

Author: Pramod Behera | Credit: OTV

ଏକ ପ୍ୟାନରେ ତେଲ ଗରମ କରନ୍ତୁ। ଗରମ ତେଲରେ ହର୍ବାଲ ପାଉଡର ମିଶାଇ ଭଲ ଭାବରେ ଗୋଳାନ୍ତୁ।

Author: Pramod Behera | Credit: OTV

ଯଦି ଆପଣ ଭିଟାମିନ୍ ଇ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଏକ କ୍ୟାପସୁଲ୍ ତେଲ ସହିତ ମିଶାଇ ପାରିବେ।

Author: Pramod Behera | Credit: OTV

ମିଶ୍ରଣକୁ ଥଣ୍ଡା କରନ୍ତୁ ଏବଂ ତା’ପରେ ଏହାକୁ ଏକ କାଚ ବୋତଲରେ ରଖନ୍ତୁ।

Author: Pramod Behera | Credit: OTV

ଏହି ତେଲକୁ ସପ୍ତାହରେ ଦୁଇଥର ମୁଣ୍ଡର ଖପୁରୀରେ ଭଲ ଭାବେ ଲଗାନ୍ତୁ। ରାତିସାରା ତେଲ ଲଗାଇ ରଖନ୍ତୁ ଏବଂ ସକାଳେ ଧୋଇ ଦିଅନ୍ତୁ।