How to make adivasi hair oil in home

କିନ୍ତୁ ଆଜିକାଲି ବଜାରରେ ନକଲି ଆଦିବାସୀ ହେୟାର ତେଲ ମିଳୁଥିବାରୁ ଏହା ଚୁଟିର ଉପକାର ବଦଳରେ ଅନେକ କ୍ଷତି କରିଥାଏ।

ଏଥିରୁ ରକ୍ଷା ପାଇବା ପାଇଁ ବଜାର ଉପରେ ନିର୍ଭର ନ କରି ଘରେ ମଧ୍ୟ ଏହି ଆଦିବାସୀ ଚୁଟି ତେଲ କରିହେବ। ଏହି ତେଲ ଚୁଟିକୁ ଝଡିବାରୁ ଓ ରୂପିରୁ ରକ୍ଷା କରିବ।

ଏହା ସହିତ ଆପଣ ଅଯଥା ଟଙ୍କା ଖର୍ଚ୍ଚରୁ ମଧ୍ୟ ବଞ୍ଚିଯିବେ, କାରଣ ଏହାକୁ ତିଆରି କରିବା ପାଇଁ ଯେଉଁସବୁ ଉପାଦାନ ଆବଶ୍ୟକ ହେବ ତାହା ଆପଣ ସୁବିଧାରେ ପାଇଯିବେ।

ଏହାକୁ ତିଆରି କହିବା ପାଇଁ ନଡିଆ ତେଲ/ସୋରିଷ ତେଲ, ମେଥି ମଞ୍ଜି, ଭୃଷଙ୍ଗ ପତ୍ର, ଅଁଳା, ନିମ ପତ୍ର, ବ୍ରାହ୍ମୀ ଦରକାର।

ସର୍ବପ୍ରଥମେ ମେଥି ମଞ୍ଜି, ଭୃଷଙ୍ଗ ପତ୍ର, ଅଁଳା, ନିମ ଏବଂ ବ୍ରାହ୍ମୀକୁ ଧୋଇକି ଶୁଖାନ୍ତୁ। ତା’ପରେ ଏହାକୁ ଗ୍ରାଇଣ୍ଡ୍ କରି ପାଉଡର ତିଆରି କରନ୍ତୁ।

ଏକ ପ୍ୟାନରେ ତେଲ ଗରମ କରନ୍ତୁ। ଗରମ ତେଲରେ ହର୍ବାଲ ପାଉଡର ମିଶାଇ ଭଲ ଭାବରେ ଗୋଳାନ୍ତୁ।

ଯଦି ଆପଣ ଭିଟାମିନ୍ ଇ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଏକ କ୍ୟାପସୁଲ୍ ତେଲ ସହିତ ମିଶାଇ ପାରିବେ।

ମିଶ୍ରଣକୁ ଥଣ୍ଡା କରନ୍ତୁ ଏବଂ ତା’ପରେ ଏହାକୁ ଏକ କାଚ ବୋତଲରେ ରଖନ୍ତୁ।

ଏହି ତେଲକୁ ସପ୍ତାହରେ ଦୁଇଥର ମୁଣ୍ଡର ଖପୁରୀରେ ଭଲ ଭାବେ ଲଗାନ୍ତୁ। ରାତିସାରା ତେଲ ଲଗାଇ ରଖନ୍ତୁ ଏବଂ ସକାଳେ ଧୋଇ ଦିଅନ୍ତୁ।