How to know the person in front of you telling lies

ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ମିଛକୁ ସେମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ କରିଦେଇଥାନ୍ତି। ସେମାନେ ପ୍ରତି କଥାରେ କିଛି ନା କିଛି ମିଛ କୁହନ୍ତି।

ଅନେକ ଲୋକ ଅଛନ୍ତି ଯେଉଁମାନେ କେବେ ବି ମିଛ କହିବାକୁ ଚାହାନ୍ତି ନାହିଁ। ଏମାନେ ମିଛ କହିବାକୁ ଇଛା କରୁ ନ ଥିଲେ ମଧ୍ୟ ବେଳେବେଳେ ବାଧ୍ୟ ହୋଇ ମିଛ କହିଥାନ୍ତି।

କିନ୍ତୁ ଯେଉଁମାନେ ମିଛ କହିବାରେ ଅଭ୍ୟସ୍ତ ସେମାନଙ୍କ ମୁହଁରେ ମିଛର କିଛି ସଂକେତ ସ୍ପଷ୍ଟ ଦେଖାଯାଏ। ଆପଣ ଯଦି ଏଭଳି ଲୋକଙ୍କୁ ଜାଣିବାକୁ ଚାହାନ୍ତି ତେବେ ପଢନ୍ତୁ।

କାନ ନାଲିପଡିଯିବା: ଯେତେବେଳେ ଲୋକେ ମିଛ କୁହନ୍ତି ସେମାନଙ୍କ ଶରୀର ସ୍ୱାଭାବିକ ଅପେକ୍ଷା ଭିନ୍ନ ପ୍ରତିକ୍ରିୟା କରିଥାଏ। ଯେତେବେଳେ ବି କେହି ମିଛ କହେ ସେମାନଙ୍କ କାନ ଗରମ ହୋଇ ନାଲିପଡିଯାଏ।

ଆଖିର ପଲକ: ମିଛ କହିବା ବେଳେ ଅନେକଙ୍କ ନାକ ମଧ୍ୟ ଗରମ ହୋଇଯାଏ ଓ ପ୍ରତିକ୍ରିୟା କରେ। ଏହା ବ୍ୟତୀତ, ଯେତେବେଳେ ଜଣେ ମିଛ କହେ ଆଖିର ପଲକ ଶୀଘ୍ର ପଡେ ଏବଂ ଅନେକ ଲୋକଙ୍କ ଆଖିର ରଙ୍ଗ ମଧ୍ୟ ବଦଳିଯାଏ।

ନାକ କୁଣ୍ଡେଇ ହେବା: ମିଛ କହିବା ବେଳେ ଅନେକ ଲୋକଙ୍କ ନାକ କୁଣ୍ଡେଇ ହେବା ଆରମ୍ଭ ହୁଏ। ଏହି ସମସ୍ତ ପ୍ରକ୍ରିୟା ମିଛ କହିବା ସମୟରେ ଶରୀରର ପ୍ରତିକ୍ରିୟା ସହିତ ଜଡିତ।

ଆଖିର ଯୋଗାଯୋଗ: ଯେତେବେଳେ ବି ଜଣେ ମିଛ କୁହେ ସେ ସାମ୍ନା ଲୋକ ସହ ଆଖି ମିଳେଇ ପାରେନି। ସେହିପରି ମିଛ କହିବା ସମୟରେ ବ୍ୟକ୍ତି ଜଣକ ପାଟି ଏବଂ ଆଖିକୁ ଲୁଚାଇବା ଆରମ୍ଭ କରେ।