How to know fake Friend

ନକଲି ବନ୍ଧୁ ବା ଫେକ୍ ଫ୍ରେଣ୍ଡ୍ ସେହିମାନେ ହୋଇଥାନ୍ତି, ଯେଉଁମାନେ ଆପଣଙ୍କର ଯତ୍ନ ନେବାର ଦେଖେଇ ହୁଅନ୍ତି, କିନ୍ତୁ ପ୍ରକୃତରେ ସେମାନେ ଆପଣଙ୍କୁ ଧ୍ୟାନ ଦିଅନ୍ତି ନାହିଁ।

ଏହିପରି ବନ୍ଧୁମାନେ କେବଳ ଆପଣଙ୍କଠାରୁ କିଛି ଲାଭ ଉଠାଉଥିବେ। ତେବେ ସତ ଓ ମିଛ ବନ୍ଧୁ କିପରି ଜାଣିବେ ସେଥିପାଇଁ ଏହି ୬ଟି ଉପାୟ ଜାଣି ନିଅନ୍ତୁ।

ଠିକ ସମୟରେ ସମର୍ଥନ କରନ୍ତି ନାହିଁ: ଯେତେବେଳେ ଆପଣ ପ୍ରକୃତରେ ସାହାଯ୍ୟ ଆବଶ୍ୟକ କରନ୍ତି, ସେତେବେଳେ ନକଲି ବନ୍ଧୁମାନେ ସମର୍ଥନ, ସମବେଦନା କିମ୍ବା ବିଶ୍ୱସ୍ତତା ଦେଖାନ୍ତି ନାହିଁ।

ଆବଶ୍ୟକ ବେଳେ ଦେଖା ଦିଅନ୍ତି ନାହିଁ: ନକଲି ବନ୍ଧୁମାନେ ସେତେବେଳେ ପାଖରେ ମିଳନ୍ତି ଯେତେବେଳେ ସେମାନଙ୍କର କିଛି ଜିନିଷର ଆବଶ୍ୟକତା ପଡେ। କିନ୍ତୁ ଯେତେବେଳେ ଆପଣଙ୍କର କିଛି ଆବଶ୍ୟକ ପଡେ ସେମାନେ ଦେଖାଦିଅନ୍ତି ନାହିଁ।

ଏକପାଖିଆ ବ୍ୟବହାର: ନକଲି ବନ୍ଧୁମାନଙ୍କ ସହିତ ସମ୍ପର୍କ ସର୍ବଦା ଏକପାଖିଆ ମନେହୁଏ। ଯେତେବେଳେ ଆପଣ ନିଜ ସାଙ୍ଗମାନଙ୍କ ସହିତ କଥା ହେଉଥିବେ, ସେମାନେ କେବଳ ନିଜ ବିଷୟରେ କହୁଥିବେ।

ଅବିଶ୍ୱସନୀୟତା: ନକଲି ବନ୍ଧୁମାନେ ଅବିଶ୍ୱସନୀୟ ହୋଇପାରନ୍ତି। ସେମାନେ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତି ନାହିଁ। ଏପରି ପରିସ୍ଥିତିରେ, ସେମାନଙ୍କୁ କୌଣସି କ୍ଷେତ୍ରରେ ବି ବିଶ୍ୱାସ କରିବା କଷ୍ଟକର ହୋଇପାରେ।

ବିଶ୍ୱାସଘାତକତା: ନକଲି ବନ୍ଧୁମାନେ କେବେ ବି ବିଶ୍ୱସ୍ତ ହୋଇପାରିବେ ନାହିଁ। ସେମାନେ ଆପଣଙ୍କର ସମସ୍ତ ରହସ୍ୟ ଅନ୍ୟମାନଙ୍କ ସହିତ ମଧ୍ୟ ଶେୟାର କରିପାରନ୍ତି।

ଅସମ୍ମାନ: ଯେକୌଣସି ସମୟରେ, ଯେକୌଣସି ପରିସ୍ଥିତିରେ ନକଲି ବନ୍ଧୁମାନେ ଆପଣଙ୍କୁ ଅନ୍ୟମାନଙ୍କ ସାମ୍ନାରେ ମିଥ୍ୟାବାଦୀ ପ୍ରମାଣ କରି ଅସମ୍ମାନ କରିପାରନ୍ତି।

ଈର୍ଷା: ଏହିପରି ବନ୍ଧୁମାନେ ଆପଣଙ୍କ ସଫଳତା ଏବଂ ଉପଲବ୍ଧିକୁ ବିପଦ ବୋଲି ଅନୁଭବ କରନ୍ତି। ସେମାନେ ଆପଣଙ୍କ ଅଗ୍ରଗତି ପାଇଁ ଈର୍ଷା ଅନୁଭବ କରନ୍ତି। ଆପଣଙ୍କର ସଫଳତାର ମଜ୍ଜା ନେବା ପରିବର୍ତ୍ତେ, ସେମାନେ ଆପଣଙ୍କୁ ନିଚ୍ଚା କରିବାକୁ ଚେଷ୍ଟା କରନ୍ତି।