ନାଭିରେ ସାବୁନ୍ ଲଗାଉଥିଲେ ସାବଧାନ ! ହୋଇପାରେ...

ପ୍ରତ୍ୟେକଙ୍କ ନାଭି ପରସ୍ପରଠାରୁ ଭିନ୍ନ। ଏହି ଅଙ୍ଗ ଆମର ଗର୍ଭନାଡ଼ ସହିତ ସଂଯୁକ୍ତ। ନାଭି ଏବଂ ପେଟର ସ୍ୱାସ୍ଥ୍ୟ ମଧ୍ୟରେ ସିଧାସଳଖ ସଂଯୋଗ ଅଛି। ନାଭିରେ ଥିବା ମଇଳା ପେଟରେ ସମସ୍ୟା ସୃଷ୍ଟି କରେ। କିନ୍ତୁ ଅଧିକାଂଶ ଲୋକ ଗାଧୋଇବା ସମୟରେ ନାଭି ସଫା କରିବାକୁ ଭୁଲିଯାଆନ୍ତି। ନାଭି ସଫା କରିବାର ଏକ ବିଶେଷ ଉପାୟ ମଧ୍ୟ ଅଛି। ଜାଣନ୍ତୁ…

କିଛି ଲୋକ ନାଭିରୁ ସୂତା ବାହାରୁଥିବା କଥା କୁହନ୍ତି, କିନ୍ତୁ ଏମିତି କିଛି ହୁଏ ନାହିଁ। ବାସ୍ତବରେ, ପୋଷାକ ପିନ୍ଧିବା କିମ୍ବା ଚାଦର ଘୋଡିହେବା କାରଣରୁ ଏହାର ତନ୍ତୁଗୁଡ଼ିକ ନାଭିରେ ଲାଗି ଯାଇଥାଏ। ନାଭିରେ ଲୋମ ଥିବା ହେତୁ ଏହା ହୁଏ।

କିଛି ଲୋକଙ୍କ ନାଭିରୁ ଦୁର୍ଗନ୍ଧ ଆସେ। ମଇଳା, ଝାଳ ଏବଂ ମୃତ ଚର୍ମ ଯୋଗୁଁ ଏହା ହୁଏ। ଏହି ମଇଳା ଜମା ହୋଇ ସଂକ୍ରମଣ ମଧ୍ୟ ହୋଇପାରେ। ତେଣୁ ନାଭିକୁ ସଫା କରିବା ଉଚିତ।

ଗାଧୋଇବା ସମୟରେ ନାଭିକୁ ସାବୁନରେ ସଫା କରିବା ଉଚିତ ନୁହେଁ। ସବୁବେଳେ ହାତରେ ପାଣି ମାରି ସଫା କରନ୍ତୁ। ଏହା ବ୍ୟତୀତ, ଏକ ଓଦା କପଡାରେ ମଧ୍ୟ ନାଭି ପୋଛି ପାରିବେ। ସାବୁନ୍ ମାରିବା ଦ୍ୱାରା ନାଭି କୁଣ୍ଡେଇ ହେବା, ଦାଗ ହେବା କିମ୍ବା ଜ୍ୱଳନ ହୋଇପାରେ। ଏହା ସହିତ ଇନ୍‌ଫେକ୍‌ସନ ମଧ୍ୟ ହୁଏ।

ଯଦି ନାଭିରେ ସୋରିଷ ତେଲ ଲଗାଯାଏ, ତେବେ ଏହା ସଂକ୍ରମଣକୁ ଦୂରେଇ ରଖେ। ସୋରିଷ ତେଲ ଲଗାଇଲେ ନାଭିରୁ ମଇଳା ମଧ୍ୟ ବାହାରିଯାଏ।

ନାଭି ଗର୍ଭନାଡ଼ ସହିତ ସଂଯୁକ୍ତ। କିନ୍ତୁ ପିଲା ଜନ୍ମ ପରେ ଏହାକୁ କାଟି ଦିଆଯାଏ। ଯାହା ପରେ ଗର୍ଭନାଡ଼ର ମୃତ ଚର୍ମ ଖସିଯାଏ ଏବଂ ନାଭି ଅଧିକ ଗାଡୁଆ ହୋଇଯାଏ।