how to avoid conflict with neighbors

କଥାବାର୍ତ୍ତାରେ ଶୃଙ୍ଖଳା: କଥାବାର୍ତ୍ତାର ଶୈଳୀ ହିଁ ଏକ ଉତ୍ତମ ସଂପର୍କ ବଜାୟ ରଖିବାରେ ସର୍ବୋତ୍ତମ ଉପାୟ ସାବ୍ୟସ୍ତ ହୋଇଥାଏ । ଯଦି କୌଣସି କଥାକୁ ନେଇ ଆପଣଙ୍କ ମଧ୍ୟରେ କିଛି ସମସ୍ୟା ଅଛି, ତେବେ ନରାଗି ଶାନ୍ତିରେ ଆଲୋଚନା କରନ୍ତୁ ଏବଂ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ।

ଆଗ ଶୁଣନ୍ତୁ, ତା’ପରେ କୁହନ୍ତୁ: ପଡ଼ୋଶୀ କିଛି କହିବା ବେଳେ ମଝିରେ କିଛି ନକହି ତାଙ୍କୁ କହିବାକୁ ସୁଯୋଗ ଦିଅନ୍ତୁ। ସବୁ ଶୁଣି ସାରିବା ପରେ ନିଜର ଖୋଲା ମତ ରଖନ୍ତୁ। ଏହି ଉପାୟରେ ଭୁଲ ବୁଝାମଣା ସହଜରେ ଦୂର ହୋଇଥାଏ।

ଛୋଟ କଥାକୁ ଅଣଦେଖା କରନ୍ତୁ: ଛୋଟ ଛୋଟ କଥାକୁ ନେଇ ପ୍ରତିକ୍ରିୟା କରିବା ପରିବର୍ତ୍ତେ କିଛି ଜିନିଷକୁ ଅଣଦେଖା କରିବା ଶିଖନ୍ତୁ। ବେଳେବେଳେ ଆମର ପଡ଼ୋଶୀମାନେ ଅଜାଣତରେ ଏପରି କିଛି କରନ୍ତି ଯାହା ଆମକୁ ବିବ୍ରତ କରେ, କିନ୍ତୁ ଏହାକୁ ଧରନ୍ତୁ ନାହିଁ।

ସହନଶୀଳ ହୁଅନ୍ତୁ: ପଡ଼ୋଶୀଙ୍କ ସହ ଭଲ ସଂପର୍କ ରଖିବାକୁ ହେଲେ ସହନଶୀଳ ହେବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ଝଗଡ଼ାର ସହଜ ସମାଧାନ ହୋଇଥାଏ। ଆପଣ ସହିଗଲେ ପଡ଼ୋଶୀ ମଧ୍ୟ ଚୁପ୍ ରହିବାକୁ ବାଧ୍ୟ ହେବେ।

ପ୍ରାଇଭେସିକୁ ସମ୍ମାନ ଦେବା ଶିଖନ୍ତୁ: ଯଦି ଆପଣ ନିଜ ପଡ଼ୋଶୀଙ୍କ ଘରକୁ ବାରମ୍ବାର ଯାଆନ୍ତି କିମ୍ବା ସେମାନଙ୍କ ଘରକୁ କିଏ ଆସୁଛନ୍ତି ଆଉ ଯାଉଛନ୍ତି ତା’ର ନଜର ରଖନ୍ତି, ତେବେ ଏପରି କାର୍ଯ୍ୟକଳାପରୁ ଦୂରେଇ ରୁହନ୍ତୁ।

ସହାୟତାର ହାତ ବଢ଼ାନ୍ତୁ: ପାରସ୍ପରିକ ସହଯୋଗ ମାଧ୍ୟମରେ ସମ୍ପର୍କ ମଜବୁତ ହୋଇପାରେ। ଯଦି ଆପଣଙ୍କ ପଡ଼ୋଶୀ ସାହାଯ୍ୟ ଆବଶ୍ୟକ କରନ୍ତି, ତେବେ ଆପଣ ତୁରନ୍ତ ଆଗକୁ ଆସିବା ଉଚିତ। ଏହା ଦ୍ୱାରା ଉତ୍ତମ ସଂପର୍କ ବଜାୟ ରଖିବା ସହଜ ହୁଏ ।

ମିଳିମିଶି ସମସ୍ୟାର ସମାଧାନ କରିବା: ଯଦି ସୋସାଇଟି କିମ୍ବା ସ୍ଥାନୀୟ ଅଞ୍ଚଳରେ କୌଣସି ପ୍ରକାର ସମସ୍ୟା ଥାଏ, ତେବେ ପାରସ୍ପରିକ ଆଲୋଚନା ପରେ ହିଁ ସମାଧାନ ବାହାର କରନ୍ତୁ। ଏକା ଏକା ସବୁ କିଛି କରିଦେଲେ ପଡ଼ୋଶୀ ନିଜକୁ ଗୁରୁତ୍ୱହୀନ ମନେ କରିବେ।