how to spot liars

କାନ ନାଲି ପଡ଼ିଯିବା: ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ଲୋକେ ମିଛ କୁହନ୍ତି ସେମାନଙ୍କ ଶରୀର ସ୍ୱାଭାବିକ ଅପେକ୍ଷା ଭିନ୍ନ ପ୍ରତିକ୍ରିୟା ଦେଖାଇଥାଏ। ଏହି କ୍ରମରେ ମିଛ କହୁଥିବା ଲୋକର କାନ ନାଲି ପଡ଼ିଯାଏ।

ଆଖିର ପଲକ ଶୀଘ୍ର ପଡ଼ିବା: ମିଛ କହିବା ବେଳେ ସେହି ଲୋକର ଆଖି ପଲକ ଶୀଘ୍ର ପଡେ ଏବଂ ଅନେକ ଲୋକଙ୍କ ଆଖିର ରଙ୍ଗ ମଧ୍ୟ ବଦଳିଯାଏ।

ନାକ କୁଣ୍ଡେଇବା: ମିଛ କହିବା ବେଳେ ଅନେକ ଲୋକଙ୍କ ନାକ କୁଣ୍ଡେଇ ହେବା ଆରମ୍ଭ ହୁଏ। ଏହି ସମସ୍ତ ପ୍ରକ୍ରିୟା ମିଛ କହିବା ସମୟରେ ଶରୀରର ପ୍ରତିକ୍ରିୟା ସହିତ ଜଡିତ।

କଥା କହିବାର ତରିକା ବଦଳିଯିବା: ସେହିପରି ମିଛ କହିବା ସମୟରେ କଥା କହିବାର ତରିକା ମଧ୍ୟ ବଦଳିଯାଏ। ଲୋକଟି ସାଧାରଣ ଭାବେ ଯେମିତି କଥାବାର୍ତ୍ତା କରେ ମିଛ କହିବା ବେଳେ ସେଥିରେ ବ୍ୟତିକ୍ରମ ଘଟେ। ଫଳରେ ମିଛ ଧରାପଡ଼ିଯାଏ।

ଆଖି ମିଶାଇନପାରିବା: ଯେତେବେଳେ ବି ଜଣେ ମିଛ କୁହେ ସେ ସାମ୍ନା ଲୋକ ସହ ଆଖି ମିଳେଇ ପାରେନି। ସାମ୍ନା ଲୋକକୁ ନଚାହିଁ ସେ ବାରମ୍ବାର ୟାଡ଼େସାଡ଼େ ଚାହେଁ।

ଆତ୍ମବିଶ୍ୱାସ ହରାଏ: ସାମ୍ନା ଲୋକଟି ଯେତେବେଳେ ମିଛ କହିବା ଆରମ୍ଭ କରେ ସେ ଆତ୍ମବିଶ୍ୱାସ ହରାଇବା ପରି ଜଣାପଡ଼େ। କିଛି ଉତ୍ତର ଦେବାରେ ବିଳମ୍ବ କରେ। ଏହା ଦ୍ୱାରା ତା’ର ମିଛ ଧରାପଡ଼ିଯାଏ।

ଭୟଭୀତ ଜଣାପଡ଼େ: ମିଛ କହୁଥିବା ଲୋକଟି ଭୟଭୀତ ଜଣାପଡ଼େ, ଯାହା ସାମ୍ନା ଲୋକଟି ସହଜରେ ଜାଣିପାରେ। ଯାହା ପଚାରିଲେ ଡରି ଡରି ଉତ୍ତର ଦିଏ।

କଥାରେ ତାଳମେଳ ରୁହେନି: ମିଛ କହୁଥିବା ଲୋକଟି କଥାରେ ତାଳମେଳ ରୁହେନି। ତାକୁ କିଛି ବୁଲେଇବାଲେଇ ପଚାରିଲେ ସେ ଥତମତ ହୋଇ ମୂଳରୁ କହିଥିବା କଥାଟିକୁ ଖଣ୍ଡନ କରିଦିଏ।