ତେବେ ଏହାର ଭଲ ଘରୋଇ ଉପଚାର ରହିଛି। ଆସନ୍ତୁ ଜାଣିବା ସେ ବିଷୟରେ।
କେଶରେ ଆମେ ସାଧାଣରତଃ ବିଭିନ୍ନ ପ୍ରକାରର ତେଲ ଲଗାଇଥାନ୍ତି। ହେଲେ ନଡ଼ିଆ ତେଲକୁ ଉଷୁମ କରି ସେଥିରେ ଲେମ୍ବୁ ମିଶାଇ ଚୁଟିରେ ଲଗାନ୍ତୁ। ସପ୍ତାହରେ ୪ ଥର ଏପରି କରନ୍ତୁ। ପରେ ଚୁଟିକୁ ସାମ୍ପୁରେ ଧୋଇ ଦିଅନ୍ତୁ। ଦେଖିବେ କିଛି ଦିନ ଭିତରେ ଚୁଟି ଝଡ଼ିବା କମ୍ ହୋଇଯିବ।
ମେହେନ୍ଦି ଲଗାଇଲେ ମଧ୍ୟ ଚୁଟି ଝଡ଼ିବା କମ୍ ହୋଇଥାଏ। ମେହେନ୍ଦିରେ ସୋରିଷ ତେଲ ମିଶାଇ ଚୁଟିରେ ଲଗାନ୍ତୁ। ଏହି ମିଶ୍ରଣ ଚୁଟିରେ ଲଗାଇ ଶୁଖିଲା ପର୍ଯ୍ୟନ୍ତ ରଖନ୍ତୁ। ପରେ ଚୁଟିକୁ ସାମ୍ପୁରେ ଧୋଇ ଦିଅନ୍ତୁ।
ଦହିରେ ବେସନ ଓ ଲେମ୍ବୁ ରସକୁ ମିଶାଇ ଚୁଟିରେ ଲଗାନ୍ତୁ। ଏହି ମିଶ୍ରଣକୁ ଚୁଟିରେ ଲଗାଇ ୩ରୁ ୪ ଘଣ୍ଟା ଶୁଖିବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ପରେ ଚୁଟିରେ ସାମ୍ପୁ ଲଗାଇ ଧୋଇ ଦିଅନ୍ତୁ। ଏପରି କଲେ ଦେଖିବେ କିଛି ଦିନ ଭିତରେ ଚୁଟି ଝଡ଼ିବା କମ୍ ହୋଇଯିବ।