Tea Health Benefits

ସକାଳେ ଖାଲି ପେଟରେ ଚା’ ପିଇବା ଦ୍ୱାରା ପେଟରେ ଏସିଡ୍‌ ସ୍ତର ବଢ଼ିଯାଏ । ଯାହା ଗ୍ୟାସ୍‌ ଏବଂ ଏସିଡିଟିର କାରଣ ହୋଇଥାଏ।

ଅଦା: ଯଦି ଆପଣ ଗ୍ୟାସ ସମସ୍ୟାରେ ପୀଡ଼ିତ, ତେବେ ଚା’ ତିଆରି କରିବା ସମୟରେ ଅଦା ବ୍ୟବହାର କରନ୍ତୁ । ଅଦାରେ ଥିବା ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇମ୍ଫ୍ଲେମାଟୋରୀ ଗୁଣ, ପେଟ ଫୁଲିବା ଏବଂ ଗ୍ୟାସ କମ୍‌ କରିବାରେ ସାହାଯ୍ୟ କରେ ।

ତୁଳସୀ: ତୁଳସୀପତ୍ରର ବ୍ୟବହାର ମଧ୍ୟ ପେଟ ପାଇଁ ବହୁତ ଲାଭଦାୟକ । ଚା’ରେ କିଛି ତୁଳସୀ ପତ୍ର ମିଶାଇବା ଦ୍ୱାରା କେବଳ ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ମିଳିବା ସହିତ ଏହାର ସ୍ବାଦ ମଧ୍ୟ ବୃଦ୍ଧି ହୋଇଥାଏ ।

ପାନମଧୁରୀ: ପାନମଧୁରୀକୁ ଚା’ରେ ମିଶାଇବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଇଥାଏ । ଏଥିରେ ଗ୍ୟାଷ୍ଟ୍ରିକ୍‌ ଏନ୍‌ଜାଇମଗୁଡ଼ିକୁ ସକ୍ରିୟ କରିବାର କ୍ଷମତା ଥାଏ ଯାହା ପେଟରେ ଗ୍ୟାସ୍‌କୁ ରୋକିଥାଏ ।

ଗୋଲମରିଚ: ଚା’ରେ କଳା ଗୋଲମରିଚ ମିଶାଇ ପିଇବା ଦ୍ୱାରା ଚା’ର ସ୍ବାଦ ବୃଦ୍ଧିହେବା ସହ ପାଚନ କ୍ରିୟା ମଧ୍ୟ ସୁସ୍ଥ ରହିଥାଏ ।