ସେ ପୁରୁଷ ହୁଅନ୍ତୁ କି ମହିଳା ସମସ୍ତେ ଚୁଟିକୁ ଷ୍ଟାଇଲ୍ କରିବାକୁ ପସନ୍ଦ କରନ୍ତି। ଆଜିକାଲି ପ୍ରାୟ ସମସ୍ତେ ଚୁଟି ସମସ୍ୟା ଦେଇ ଗତି କରୁଛନ୍ତି। ଏହି ସମସ୍ୟା ଭୋଗୁଥିବା ଲୋକେ ପ୍ରାୟ ଚିନ୍ତାରେ ରୁହନ୍ତି।
Author: Pramod Behera | Credit: OTV
ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେତେକ ଜରୁରୀ ପନିପରିବା ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ। ଏହିସବୁ ପନିପରିବାରେ ଥିବା ବାୟୋଟିନ୍, ଆଇରନ୍, ଭିଟାମିନ୍ ଏ, ଓମେଗା ଫ୍ୟାଟି ଏସିଡ୍ ଆପଣଙ୍କ ଚୁଟିକୁ ରକ୍ଷା କରିପାରିବ।
Author: Pramod Behera | Credit: Google
ପାଳଙ୍ଗ ହେଉଛି ଏମିତି ଏକ ସବୁଜ ପତ୍ରଯୁକ୍ତ ପନିପରିବା ଯେଉଁଥିରେ ପ୍ରଚୁର ପରିମାଣର ଭିଟାମିନ୍ ରହିଛି। ଯଦି ଆପଣ ପ୍ରତିଦିନ ଏକ କପ୍ ପାଳଙ୍ଗ ଖାଆନ୍ତି, ତେବେ ଏହା କେଶକୁ ଶକ୍ତିଶାଳୀ ଏବଂ ସୁସ୍ଥ କରିପାରେ।
Author: Pramod Behera | Credit: Google
କନ୍ଦମୂଳକୁ ବିଟା କାରୋଟିନର ସବୁଠାରୁ ବଡ ଉତ୍ସ ବୋଲି କୁହାଯାଇପାରେ। ଏଥିରେ ଏତେ ପରିମାଣର ଭିଟାମିନ୍ A ଥାଏ ଯେ ଏହା ହିଁ କେବଳ ଚୁଟିର ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରେ।
Author: Pramod Behera | Credit: Google
କ୍ୟାପ୍ସିକମ୍ ବା ଶିମ୍ଲା ଲଙ୍କା ଚୁଟିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ୍ C ଏବଂ ଆଣ୍ଟି-ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ମିଳିଥାଏ, ଯାହା ଚୁଟିକୁ ଶୀଘ୍ର ବୃଦ୍ଧିକରେ।
Author: Pramod Behera | Credit: Google
ବିନ୍ସରେ ପ୍ରୋଟିନ୍ ପ୍ରଚୁର ପରିମାଣରେ ମିଳିଥାଏ। ଚୁଟିର ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ନିଜ ଚୁଟିକୁ ମୋଟା ଏବଂ ଘନ କରିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଅତି କମରେ ୧୦୦ ଗ୍ରାମ ବିନ୍ସ ଖାଆନ୍ତୁ।
Author: Pramod Behera | Credit: Google
ଟମାଟୋରେ ଭିଟାମିନ୍ A ଏବଂ ଭିଟାମିନ୍ C ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ, ଯାହା ସେବମ୍ ଉତ୍ପାଦନକୁ ବଢାଇଥାଏ ଏବଂ ଖପୁରୀ ଶୁଷ୍କ ହେବାକୁ ରୋକିଥାଏ।
Author: Pramod Behera | Credit: Google
ଚୁଟିର ବିକାଶରେ ରସୁଣ ମଧ୍ୟ ବହୁତ ସାହାଯ୍ୟ କରେ। ଏହା ଶରୀରରେ ଭିଟାମିନ୍ B6 ଏବଂ C ର ଅଭାବକୁ ଦୂର କରେ। ଏଥିରେ ଆଣ୍ଟିଫଙ୍ଗାଲ୍ ଗୁଣ ଅଛି ଯାହା ଚୁଟିକୁ ସଂକ୍ରମଣରୁ ରକ୍ଷା କରିଥାଏ।