Best ways to increase child memory power
OTV Logo

ଆଜିକାଲି ବହୁ କମ ବୟସରୁ ପିଲାମାନଙ୍କ ଉପରେ ଶିକ୍ଷାର ଭାର ଯଥେଷ୍ଟ ବୃଦ୍ଧି ପାଇଛି। ଏପରି ପରିସ୍ଥିତିରେ, ଯଦି ପିଲାମାନେ ପାଠ ପଢାରେ ଟିକେ ପଛରେ ପଡିଯାଆନ୍ତି ତେବେ ବାପାମାଆ ଗାଳିଦିଅନ୍ତି ନଚେତ ପିଟନ୍ତି।

Author: Pramod Behera | Credit: OTV

Best ways to increase child memory power
OTV Logo

ଏହି ଉପାୟ କିନ୍ତୁ ଠିକ୍ ନୁହେଁ। ଏହା ବେଳେବେଳେ ପିଲାମାନଙ୍କୁ ସଜାଡିବା ବଦଳରେ ବିଗାଡି ଦେଇଥାଏ। ତେବେ ଶିକ୍ଷାଦାନର ଶୈଳୀକୁ ପରିବର୍ତ୍ତନ କରିଦେଲେ ଏହି ସମସ୍ୟାର ସମାଧାନ ହୋଇଯାଏ।

Author: Pramod Behera | Credit: OTV

Best ways to increase child memory power
OTV Logo

ପ୍ରଥମେ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ଭଲ ରଖିବା ଉଚିତ। ଆଖପାଖର ପରିବେଶ ଓ ଜୀବନଶୈଳୀ ପିଲାମାନଙ୍କ ମାନସିକ ବୃଦ୍ଧି ଉପରେ ବହୁତ ପ୍ରଭାବ ପକାଏ। ଏପରି ପରିସ୍ଥିତିରେ ପିଲାଙ୍କ ସ୍ମୃତିଶକ୍ତି ବୃଦ୍ଧି ପାଇଁ ଆସନ୍ତୁ କେତେକ ଉପାୟ ଜାଣିବା।

Author: Pramod Behera | Credit: Google

Best ways to increase child memory power

ପ୍ରଶ୍ନ ପଚାରିବାର ସ୍ୱାଧୀନତା: ଯଦି ପିଲାଙ୍କୁ ବିଷୟ ସମ୍ବନ୍ଧୀୟ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରାଯାଏ, ତେବେ ସେମାନେ ସବୁକିଛି ବୁଝିବାକୁ ସକ୍ଷମ ହେବେ ଏବଂ ସେମାନଙ୍କ ପ୍ରଶ୍ନର ଉତ୍ତର ସବୁଦିନ ପାଇଁ ସେମାନଙ୍କର ମନରେ ରହିଯିବ।

Author: Pramod Behera | Credit: Google

Best ways to increase child memory power

ସଙ୍ଗୀତ ଦ୍ୱାରା ଶିକ୍ଷା: ସଂଗୀତ ସାହାଯ୍ୟରେ ମଧ୍ୟ ପିଲାଙ୍କୁ ପାଠ ବୁଝାଯାଇପାରେ। ଯଦି ପିଲାଙ୍କୁ କବିତା ଶୈଳୀରେ ପଢାଯାଏ, ତେବେ ଏହା ସେମାନଙ୍କ ପାଇଁ ସହଜ ଏବଂ ମଜାଦାର ହୋଇଥାଏ।

Author: Pramod Behera | Credit: Google

Best ways to increase child memory power

ଉତ୍ସାହ ପାଇଁ ବ୍ୟବସ୍ଥା: ଯଦି ପିଲାମାନଙ୍କୁ ବହି ତୁଳନାରେ ବ୍ୟବହାରିକ ଢଙ୍ଗରେ ପାଠକୁ ବୁଝାଯାଏ, ତେବେ ପିଲାମାନେ ସେହି ବିଷୟକୁ ସହଜରେ ବୁଝିବାରେ ସକ୍ଷମ ହୁଅନ୍ତି।

Author: Pramod Behera | Credit: Google

Best ways to increase child memory power

ପ୍ରଶ୍ନ-ଉତ୍ତରରେ ଶିକ୍ଷା: ପିଲାଙ୍କୁ ଶିକ୍ଷା ଦେବା ବେଳେ, ସେମାନଙ୍କୁ ପ୍ରଶ୍ନ କରିବା କିମ୍ବା ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରିବା ଉଚିତ। ପିଲାମାନେ ପ୍ରଶ୍ନ ପଚାରିଲେ କିମ୍ବା ଉତ୍ତର ଦେଲେ, ସେମାନଙ୍କର ମସ୍ତିଷ୍କ ଅଧିକ ସକ୍ରିୟ ହୁଏ।

Author: Pramod Behera | Credit: Google

Best ways to increase child memory power

ଶିକ୍ଷକ ହେବା ଶୈଳୀ: ପିଲାମାନଙ୍କୁ ବେଳେବେଳେ ଶିକ୍ଷକ ହେବାକୁ ଦିଅନ୍ତୁ। ଯେତେବେଳେ ସେମାନେ ନିଜକୁ ଶିକ୍ଷକ ଭାବି କୌଣସି ବିଷୟରେ କଥାବାର୍ତ୍ତା କରନ୍ତି, ସେତେବେଳେ ସେମାନଙ୍କ ଧାରଣ ଭଲ ଭାବରେ କ୍ଲିୟର ହୋଇଥାଏ।

Read More