behaviours of father make girls confident and successful

ଜଣେ ବାପାର ଭୂମିକା ଝିଅମାନଙ୍କ ବ୍ୟକ୍ତିତ୍ୱ ଉପରେ ଅନେକ ପ୍ରଭାବ ପକାଇଥାଏ। ଜଣେ ବାପା ଝିଅକୁ ଜଣେ ଉନ୍ନତ ତଥା ସଫଳ ବ୍ୟକ୍ତି କରିବାରେ ଏକ ବିଶେଷ ଭୂମିକା ଗ୍ରହଣ କରିପାରିବେ।

ତେବେ ଝିଅର ଲାଳନ ପାଳନରେ ଜଣେ ବାପାର ଭୂମିକା କା’ଣ ହେବା ଜରୁରୀ ଆସନ୍ତୁ ଜାଣିନେବା।

ଜଣେ ବାପା ଝିଅର ପ୍ରଥମ ପ୍ରେମ ହୋଇଥାଏ। ବାପା ହିଁ ଝିଅର ରୋଲ୍ ମଡେଲ୍ ହୋଇଥାନ୍ତି। ତେଣୁ ଆପଣ ନିଜ ପତ୍ନୀଙ୍କ ସହିତ ଯେପରି ବ୍ୟବହାର କରିବେ ଆପଣଙ୍କ ଝିଅ ମଧ୍ୟ ଅନ୍ୟ ଲୋକଙ୍କ ସହ ସେପରି ବ୍ୟହହାର କରିବ।

ଏହା ଜରୁରୀ ଯେ ଝିଅଙ୍କୁ ସବୁ କଥାରେ ପରାମର୍ଶ କିମ୍ବା ଜ୍ଞାନ ଦେବା ପରିବର୍ତ୍ତେ, ସେମାନଙ୍କୁ ସବୁ କଥାକୁ ନେଇ ଆଲୋଚନା କରିବାର ସୁଯୋଗ ଦିଅନ୍ତୁ। ଆପଣ ସେମାନଙ୍କ କଥାକୁ ଭଲ ଭାବେ ଶୁଣି ନିଷ୍ପତ୍ତି ନିଅନ୍ତୁ।

ଛୋଟ ପିଲାମାନଙ୍କର ସମସ୍ୟା ହେଉଛି ଯେ ବାପାମାଆ ସେମାନଙ୍କର ପ୍ରତ୍ୟେକ କାମରେ ଦୋଷ ଖୋଜନ୍ତି, କିନ୍ତୁ ଯଦି ଆପଣ ଜଣେ ଭଲ ବାପା ହେବାକୁ ଚାହାଁନ୍ତି ତେବେ ଆପଣଙ୍କ ଝିଅର କାମକୁ ମଧ୍ୟ ପ୍ରଶଂସା କରନ୍ତୁ।

ଆପଣଙ୍କ ଆଚରଣ ମାଧ୍ୟମରେ, ଝିଅମାନଙ୍କୁ ଅନୁଭବ କରେଇବା ଉଚିତ ଯେ ଆପଣ ମଧ୍ୟ ସେମାନଙ୍କ ସଉକ ପ୍ରତି ଆଗ୍ରହୀ। ଯଦି ଆପଣଙ୍କ ଝିଅ ସଂଗୀତ ଇତ୍ୟାଦି ପ୍ରତି ଆଗ୍ରହ ଦେଖାଉଛି, ତେବେ ଆପଣ ମଧ୍ୟ ତା’ର ଏହି ଆଗ୍ରହକୁ ପ୍ରଶଂସା କରନ୍ତୁ।

ପ୍ରତ୍ୟେକ ଝିଅମାନଙ୍କ ପାଇଁ ବାପାଙ୍କ ସମର୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସମର୍ଥନ କରନ୍ତି ଏବଂ ସେମାନଙ୍କୁ ଆଗକୁ ଯିବା ଉତ୍ସାହିତ କରନ୍ତି, ତେବେ ସେମାନେ ସଫଳ ହେବେ।

ନିଜ ଝିଅକୁ ସମସ୍ୟାର ମୁକାବିଲା କରିବାର ସାହସ ଦିଅନ୍ତୁ, ସମସ୍ତ ବାଧାବିଘ୍ନକୁ ଦୂର କରିବାକୁ ସାହସ ଦିଅନ୍ତୁ, ସେମାନଙ୍କ ଲକ୍ଷ୍ୟ ହାସଲ କରିବା ଏବଂ ନିଜକୁ ଆଗକୁ ବଢିବାକୁ ପ୍ରସ୍ତୁତ କରିବାର ଉପାୟ କୁହନ୍ତୁ।

ଝିଅମାନଙ୍କୁ ଭରପୂର ପ୍ରେମ ଦିଅନ୍ତୁ, ବିଭିନ୍ନ ସମୟରେ ଉପହାର ମଧ୍ୟ ଦିଅନ୍ତୁ, ସେମାନଙ୍କ ସହ କିଛି ଭଲ ସମୟ କାଟନ୍ତୁ, ସେମାନଙ୍କ ସହିତ ଖେଳନ୍ତୁ।