ନିଦ୍ରାହୀନତା: ଶୋଇବା ଏକ ଆବଶ୍ୟକତା। ଶୋଇଲେ ଆମ ଶରୀରର ସେଲ୍ ଗୁଡିକ ପୁନଃନିର୍ମାଣ ହୁଏ। ଫଳରେ ଚର୍ମରେ ଚମକ ଆସେ। ତେଣୁ ଦୈନିକ ୭-୯ ଘଣ୍ଟାର ନିଦ୍ରା ନିହାତି ଆବଶ୍ୟକ। ରାତିରେ ଠିକରେ ନ ଶୋଇଲେ ଚମ ଧୁଡୁ ଧୁଡୁ ହୁଏ।
ଷ୍ଟ୍ରେସ୍: ଷ୍ଟ୍ରେସ୍ ଆଧୁନିକ ଜୀବନଶୈଳୀର ଏକ ଅଂଶ। କ୍ରୋନିକ ଷ୍ଟ୍ରେସ କାରଣରୁ ସ୍କିନର ଗ୍ଲୋ ହ୍ରାସ ପାଇଥାଏ। ଷ୍ଟ୍ରେସ ନେବା ଫଳରେ ଶରୀରରେ ସୃଷ୍ଟି ହେଉଥିବା ହରମୋନ, ବୟସ ବୃଦ୍ଧିରେ ସାହାଯ୍ୟ କରିଥାଏ।
ୱାର୍କଆଉଟ: ଦୈନିକ ବ୍ୟାୟାମ କରିବା ଜରୁରି। ଏହା ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି କରିବା ସହିତ ଷ୍ଟ୍ରେସ ମୁକ୍ତ ରହିବାରେ ସାହଯ୍ୟ କରିଥାଏ। ମାନସିକ ଅବସାଦ ଓ ଚିନ୍ତାରୁ ଦୂରେଇ ରହିବା ପାଇଁ ୱାର୍କଆଉଟ ଏକ ଚମତ୍କାର ଅଭ୍ୟାସ।
କମ୍ ପାଣି ପିଇବା: ଆମ ଶରୀରରେ ୬୦ ପ୍ରତିଶତ ପାଣି। ପାଣି ପିଇବାରେ ଅବହେଳା କଲେ ଶରୀରରେ ସମସ୍ୟା ଦେଖାଦିଏ। ଶରୀରରେ ଜଳର ଉପସ୍ଥିତି ଚର୍ମକୁ ସୁସ୍ଥ ଓ ସତେଜ ରଖିଥାଏ।
ଖରାପ ଖାଦ୍ୟ ଅଭ୍ୟାସ: ଖାଇବା ଅଭ୍ୟାସର ଆମ ସୁସ୍ଥତା ଉପରେ ବଡ ଭୂମିକା ରହିଥାଏ। ବାହାରେ ଖାଇବା, ତେଲ ମସଲା ଓ ପ୍ୟାକେଜ ଖାଦ୍ୟ ଅଧିକ ଖାଇଲେ ଶରୀରକୁ ପ୍ରଭାବିତ କରେ।
ଖରାରେ ବୁଲିବା: ସୂର୍ଯ୍ୟ ଆଲୋକ ଆମ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ। ତେବେ ସମାନ ଭାବରେ ଏହା ଆମ ଚର୍ମକୁ କ୍ଷତି ମଧ୍ୟ ପହଞ୍ଚାଇଥାଏ। ମାତ୍ରାଧିକ ସମୟ ଖରାରେ ବାହାରେ ରହିବା ଦ୍ବାରା ଆମର ଚର୍ମ ଖରାପ ହୋଇଥାଏ। ଫଳରେ ବୟସ ଅଧିକ ଜଣା ପଡିଥାଏ।
ନିଜର ଯତ୍ନ ନନେବା: କାମ ପରେ ଯେତେବେଳେ ଜଣେ ଉଭୟ ଶାରୀରିକ ଓ ମାନସିକ ଭାବରେ ଥକି ପଡିଥିବ ଶୋଇବା ପୂର୍ବରୁ କିଛି ସମୟର ସେଲ୍ଫ କେୟାର ନିହାତି ଆବଶ୍ୟକ। ଉଭୟ ଶାରୀରିକ ଓ ମାନସିକ ଭାବରେ ନିଜକୁ ରିଚାର୍ଜ କରିବା ପାଇଁ ଯୋଗ ଓ ବବଲ ବାଥ ନେବା ଆବଶ୍ୟକ।
ଅତ୍ୟଧିକ ମଦ୍ୟପାନ: ମଦ୍ୟପାନ ଖରାପ ଅଭ୍ୟାସ। ତେବେ ସୀମିତ ମାତ୍ରାରେ ମଦ୍ୟପାନ ପରୋକ୍ଷରେ ସାହାଯ୍ୟ କରିଥାଏ। ନିୟମିତ ଅଳ୍ପ ମଦ୍ୟପାନ କରିବା ଦ୍ବାରା ସ୍କିନରେ ଗ୍ଲୋ ଆସିଥାଏ। ତେବେ ଅଧିକ ପାନ କରିବା ଲାଭ ବଦଳରେ କ୍ଷତି ପହଞ୍ଚାଇଥାଏ।
ନକରାତ୍ମକତା: ଷ୍ଟ୍ରେସ କାରଣରୁ ସକରାତ୍ମକତା ପ୍ରଭାବିତ ହୋଇଥାଏ। ଏହା ପରୋକ୍ଷରେ ଆମର ଶରୀରକୁ ପ୍ରଭାବିତ କରିଥାଏ। ନକରାତ୍ମକ ଭାବନା ଆମ ଶରୀରକୁ କ୍ଷତି ପହଞ୍ଚାଉଥିବା ବେଳେ ଏହାକୁ ପରିତ୍ୟାଗ କରିବା ନିତାନ୍ତ ଆବଶ୍ୟକ।