ପିଲାଙ୍କ ପାଇଁ ସମୟ: ୟୁନିସେଫ୍ ଅନୁଯାୟୀ ପିଲାମାନଙ୍କ ସହିତ କଥାବାର୍ତ୍ତା କରିବାକୁ ନିଜର ଦୈନନ୍ଦିନ ଜୀବନରୁ ନିହାତି ୨୦ମିନିଟ୍ ବାହାର କରିବାକୁ ପଡିବ। ଘରର ଯେକୌଣସି କାମ କରିବାବେଳେ ଏହା କରାଯାଇପାରିବ।
ପିଲାକୁ ଉପହାର: ଯେତେବେଳେ ପିଲାମାନେ ଭଲ କାମ କରନ୍ତି, ସେମାନଙ୍କୁ ପ୍ରଶଂସା କରନ୍ତୁ ଏବଂ ସେମାନଙ୍କୁ ଉପହାର ମଧ୍ୟ ଦିଅନ୍ତୁ। ଏହି ଉପାୟରେ ପିଲା ଉପରେ ସକାରାତ୍ମକ ପ୍ରଭାବ ପଡ଼େ। ସେ ଭାବେ ବାପାମାଆଙ୍କ ପାଖରେ ସେ ସ୍ୱତନ୍ତ୍ର।
ତାଗିଦ ନ କରିବା: ଯଦି ପିଲାଟି କୌଣସି କଥାକୁ ନେଇ ବିବ୍ରତ ଏବଂ କ୍ରୋଧିତ ହୁଏ, ତେବେ ତାଙ୍କୁ ତାଗିଦ କରନ୍ତୁ, ବରଂ ତା’ ସହ ଖୋଲାଖୋଲି କଥା ହୁଅନ୍ତୁ ଏବଂ ତାକୁ ସ୍ନେହପୂର୍ଣ୍ଣ ଭାବରେ ବୁଝାନ୍ତୁ। ଏପରି କିଛି କରନ୍ତୁ ଯାହା ଦ୍ୱାରା ପିଲା ଖୁସି ହେବ।
ପିଲାକୁ ବୁଝାଇବା: ଯଦି ପିଲାକୁ କିଛି ବି ବୁଝାଇବାକୁ ପଡୁଛି ତେବେ ସ୍ପଷ୍ଟ ଭାବରେ ଚେଷ୍ଟା କରନ୍ତୁ। ବିନା କାରଣରେ ପିଲାମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ ନାହିଁ। ଆହୁରି ମଧ୍ୟ, ପିଲାଟି ସହିତ ଏପରି କଥାବାର୍ତ୍ତା କରନ୍ତୁ ନାହିଁ ଯାହା ସେମାନେ ବୁଝନ୍ତି ନାହିଁ।
ଭୁଲ୍ କଲେ ଏମିତି ବୁଝାନ୍ତୁ: ଯଦି ପିଲାଟି ଏମିତି କିଛି କରୁଛି ଯାହା ଅନୁଚିତ, ସେ ସମୟରେ ପିଲାକୁ ଶାନ୍ତିରେ ବୁଝାନ୍ତୁ। ଏହାସତ୍ତ୍ୱେ ଭୁଲ କଲେ ତେବେ ନିଜକୁ ନିୟନ୍ତ୍ରଣ କରନ୍ତୁ ଏବଂ ତା’ ଉପରେ ରାଗନ୍ତୁ ନାହିଁ କି ମାରପିଟ୍ କରନ୍ତୁ ନାହିଁ।