Chanakya Niti: ଭାଗ୍ୟ ବଦଳେଇ ଦେବ ଏହି ୪ଟି ଅଭ୍ୟାସ, ଆଜୀବନ ରହିବେ ଧନୀ
Author: Amaresh Biswal | Credit: Google
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ଗତିପଥ ବଦଳେଇ ଦେଲା ପରି ଏମିତି କିଛି ନୀତିବାଣୀ କହି ଯାଇଛନ୍ତି, ଯାହା ଆମେମାନେ ଆପଣେଇ ନେବା ଉଚିତ୍।
Author: Amaresh Biswal | Credit: Google
ଅଭ୍ୟାସ: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଯେଉଁ ଲୋକର ଜୀବନରେ ଏହିସବୁ ଅଭ୍ୟାସ ଥିବ, ସେ ଯେକୌଣସି କାମରେ ହାତ ଦେଲେ ମଧ୍ୟ ସଫଳ ହୋଇଥାଏ।
Author: Amaresh Biswal | Credit: Google
ସମୟ: ଚାଣକ୍ୟ ତାଙ୍କ ନୀତି ଗୁଡ଼ିକ ଭିତରେ ସମୟକୁ ସବୁଠାରୁ ବେଶୀ ଗୁରୁତ୍ୱ ଦେଇଛନ୍ତି। କହିଛନ୍ତି, ଯେଉଁ ବ୍ୟକ୍ତି ସମୟର ମୂଲ୍ୟକୁ ଠିକ୍ ବୁଝିପାରିଛି ଓ ତାକୁ ଗୁରୁତ୍ୱ ଦେଇଛି, ସେ ସବୁବେଳେ ସଫଳ ହୋଇଥାଏ।
Author: Amaresh Biswal | Credit: Google
ସମୟର ବିଭାଜନ: ସମୟ ସୀମିତ, କିନ୍ତୁ କାମ ଅସୀମିତ। ସେଥିପାଇଁ ଯିଏ କେଉଁ କାମ ପାଇଁ କେତେ ସମୟ ଦେବ, ଆଗ ଦେବ ନା ପଛ ଦବ ଠିକ୍ କରିଦିଏ ସେ ସବୁବେଳେ ଜିତିଯାଏ।
Author: Amaresh Biswal | Credit: Google
ଆଳସ୍ୟ: ଆଳସ୍ୟ ମଣିଷକୁ ପଛେଇ ନିଏ। ଚାଣକ୍ୟ କୁହନ୍ତି, କାମ କରିବାକୁ ଅଳସୁଆ ହେଲେ କଥା ସରିଲା। ହୁଏତ ଆମେ ଶୋଇଥିବା ବେଳେ ସୁଯୋଗ ଆମକୁ ଅତିକ୍ରମ କରି ପଳାଏ।
Author: Amaresh Biswal | Credit: Google
ଅଳସୁଆ: ଶାସ୍ତ୍ର କୁହେ, ପ୍ରାଚୁର୍ଯ୍ୟର ଦେବୀ ମାଆ ଲକ୍ଷ୍ମୀ, ଅଳସୁଆ ଲୋକର ଘରକୁ କେବେ ଯାଆନ୍ତି ନାହିଁ। ସେ କାମ କରିବାକୁ ତତ୍ପର ଥିବା ଲୋକ ଘରକୁ ସବୁବେଳେ ପଳେଇ ଯାଆନ୍ତି।
Author: Amaresh Biswal | Credit: Google
ମିଠା ବ୍ୟବହାର: ବିନମ୍ର ବ୍ୟବହାର ଓ ମଧୁର ବଚନ ସବୁବେଳେ ଆମକୁ ଅନ୍ୟ ପାଖରେ ଉଚ୍ଚ ଆସନ ଦେଇଥାଏ। ଚାଣକ୍ୟ ତାଙ୍କ ଶାସ୍ତ୍ରରେ ଏହା ହିଁ କହିଛନ୍ତି। ସଫଳତା ପାଇଁ ଏ ଦୁଇଟି ଅସ୍ତ୍ର୍ ନିହାତି ଜରୁରି।
Author: Amaresh Biswal | Credit: Google
ଶତ୍ରୁ: ଶତ୍ରୁତା ଆମକୁ ପଛକୁ ଟାଣି ନିଏ। କେଉଁ ବ୍ୟକ୍ତର ଶତ୍ରୁ କେହି ନଥାନ୍ତି, ସେ ସବୁବେଳେ ସଫଳତା ପାଏ। କାରଣ ତା ବିରୋଧରେ କରିବାକୁ କିମ୍ବା ଗୋଡ଼ ଟାଣିବାକୁ କେହି ନଥାନ୍ତି।
Author: Amaresh Biswal | Credit: Google
ବଦଖର୍ଚ୍ଚି: ଖର୍ଚ୍ଚୀ ଲୋକ କେବେବି ଜୀବନରେ ସଫଳ ହୁଏନାହିଁ। କାରଣ ହାତରେ କିଛି ଟଙ୍କା ରହିଲେ ହିଁ ଆପଣ ଆଗାମୀ ଯୋଜନା ପାଇଁ ସ୍ୱପ୍ନ ଦେଖିପାରିବେ।