10 Ways to Save Money According To Acharya Chanakya

ଧନ ସଂଚୟ କରିବା ବାବଦରେ ଆଚାର୍ଯ୍ୟ ଚାଣକ୍ୟ ଅନେକ ଭଲ ଉପାୟ କହି ଯାଇଛନ୍ତି। ତାଙ୍କ ମତରେ ଅର୍ଥ ଉପାର୍ଜନ ଯେତିକି କଷ୍ଟ ତା’ଠାରୁ ଅଧିକ କଷ୍ଟ ଏହାକୁ ସଠିକ ବାଟରେ ଖର୍ଚ୍ଚ କରିବା।

ଅର୍ଥକୁ ସର୍ବଦା ଭାବିଚିନ୍ତି ସଠିକ ଦିଗରେ ଖର୍ଚ୍ଚ କଲେ ଧନହାନୀର ଆଶଂକା ହ୍ରାସ ପାଇଥାଏ। ଅର୍ଥ ଉପାର୍ଜନ ସହିତ ସଞ୍ଚୟ ଉପରେ ମଧ୍ୟ ଆମେ ବିଶେଷ ଧ୍ୟାନ ଦେବା ଉଚିତ।

ଆବଶ୍ୟକ ନଥିଲେ ଖର୍ଚ୍ଚ କରନ୍ତୁନି: ଯେଉଁ ବ୍ୟକ୍ତି ଭାବିଚିନ୍ତି ଟଙ୍କା ଖର୍ଚ୍ଚ କରିଥାଏ ତା ପାଖରେ କେବେବି ଅର୍ଥର ଅଭାବ ଦେଖାଦିଏ ନାହିଁ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି, ଟଙ୍କା ବ୍ୟକ୍ତିର ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ଧନକୁ ଆବଶ୍ୟକ ବେଳେ ହିଁ ଖର୍ଚ୍ଚ କରନ୍ତୁ। ଖର୍ଚ୍ଚ ପୂର୍ବରୁ ନିଜକୁ ପଚାରନ୍ତୁ, ଏହି ଜିନିଷଟି ନହେଲେ ଚଳିବ କି?

ବଡ଼ ବିନିଯୋଗ ବଦଳରେ ଯଦି ଛୋଟ ଛୋଟ ବିନିଯୋଗରେ କାମ ଚଳିଯିବ ତେବେ ସେପରି କରନ୍ତୁ। ଫଳରେ କିଛି ଟଙ୍କାକୁ ସୁରକ୍ଷିତ ରଖାଯାଇପାରିବ।

ଦାନ କରନ୍ତୁ: ଚାଣକ୍ୟ କୁହନ୍ତି, ମନ୍ଦିରରେ ଟଙ୍କା ଦେଲେ ଇଶ୍ୱରୀୟ କୃପା ବଢ଼େ। ବ୍ୟକ୍ତି ଖୁସିରେ ରହିଲେ ତା ଆର୍ଥିକ ସ୍ଥିତି ସୁଦୃଢ଼ ହୁଏ। ପୁରାଣରେ ଅଛି, ଗରିବଙ୍କୁ ସହାୟତା କଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ଲୋଭ କରନ୍ତୁ ନାହିଁ: ଚାଣକ୍ୟଙ୍କ ମତରେ ଆମେ ସ୍ୱାର୍ଥପର କିମ୍ବା ଲୋଭି ହେବା ଅନୁଚିତ। ଧନର ଦେବୀ ମାଆ ଲକ୍ଷ୍ମୀ ଏପରି ଲୋକଙ୍କଠାରୁ ଦୂରେଇ ରୁହନ୍ତି।

ବାଣିଜ୍ୟରେ ଟଙ୍କା ନିବେଶ କରନ୍ତୁ: ଚାଣକ୍ୟଙ୍କ ମତରେ ସୁରକ୍ଷା, ଦାନ ଏବଂ ବାଣିଜ୍ୟରେ ଟଙ୍କା ନିବେଶ କରିବା ଦ୍ୱାରା କେବେ ଆର୍ଥାଭାବ ସ୍ଥିତି ଉପୁଜିନଥାଏ ବରଂ ଟଙ୍କା ବୃଦ୍ଧି ପାଇଥାଏ।

ଚାଣକ୍ୟଙ୍କ ମତରେ ଆମେ ସର୍ବଦା ସଚ୍ଚୋଟ ଉପାୟରେ ପରିଶ୍ରମ କରି ଟଙ୍କା ଉପାର୍ଜନ କରିବା ଉଚିତ।