Country: V ଅକ୍ଷରରେ ସାରା ବିଶ୍ୱରେ ଅଛି ଏଇ ୪ଟି ଦେଶ
Author: Amaresh Biswal | Credit: Google
ସାରା ପୃଥିବୀରେ ଅଛି ୧୯୫ଟି ଦେଶ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏଥି ମଧ୍ୟରୁ ମାତ୍ର ୪ଟି ଦେଶ ଅଛି ଯାହାଙ୍କର ନାଁ ଇଂରାଜୀ ଅକ୍ଷର Vରୁ ଆରମ୍ଭ ହେଉଛି।
Author: Amaresh Biswal | Credit: Google
ସେହି ଦେଶଗୁଡ଼ିକ ହେଲେ- ଭାନୁଆତୁ, ଭାଟିକାନ୍ ସିଟି, ଭେନେଜୁଏଲା ଓ ଭିଏତନାମ୍। ଆସନ୍ତୁ ଏହି ଦେଶଗୁଡ଼ିକ ସଂପର୍କରେ ଦୁଇଧାଡ଼ି ଲେଖାଏଁ ଜାଣିବା
Author: Amaresh Biswal | Credit: Google
ଭାନୁଆତୁ: ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଥିବା ଏହା ଏକ ଦ୍ୱୀପ ଦେଶ, ଯେଉଁଥିରେ ମିଳିତ ଭାବେ ରହିଛନ୍ତି ମୋଟ ୮୦ଟି ଛୋଟ ଛୋଟ ଦ୍ୱୀପ। ଏହି ସ୍ଥାନଗୁଡ଼ିକ ଆକର୍ଷଣ ହେଲା ବେଳାଭୂମି ଓ ଜଳପ୍ରପାତ।
Author: Amaresh Biswal | Credit: Google
ଭାନୁଆତୁ: ସ୍କୁବା ଡାଇଭିଂ, ଅଣ୍ଡର ୱାଟର ଇଭେଣ୍ଟ ପାଇଁ ଏହି ଦେଶଟି ଜଣାଶୁଣା। ଏହାର କ୍ଷେତ୍ରଫଳ ହେଲା ୧୩୦୦ କିଲୋମିଟର।
Author: Amaresh Biswal | Credit: Google
ଭାଟିକାନ୍ ସିଟି: ଏହା ହେଉଛି ପୃଥିବୀର ସବୁଠାରୁ ଛୋଟ ଦେଶ, ଯାହାର କ୍ଷେତ୍ରଫଳ ମାତ୍ର ୧୧୦ ଏକର।
Author: Amaresh Biswal | Credit: Google
ଭାଟିକାନ୍ ସିଟି: ଏକ ମେଟ୍ରୋ ସହରଠାରୁ ମଧ୍ୟ ଛୋଟ ଏହି ଭାଟିକାନ ସିଟି ଦେଶ ହେଉଛି ରୋମାନ କ୍ୟାଥୋଲିକ୍ ଚର୍ଚ୍ଚର ହେଡ଼କ୍ୱାର୍ଟର ଓ ପ୍ରଶାସନିକ ସେଣ୍ଟର, ଯେଉଁଠିରା ଖୋଦ୍ ପୋପ୍ ରୁହନ୍ତି।
Author: Amaresh Biswal | Credit: Google
ଭିଏତନାମ୍: ଏସିଆ ମହାଦେଶର ଏହା ଏକ ସୁନ୍ଦର ଛୋଟିଆ ଦେଶ ଯାହାର ଇତିହାସ ୪ ହଜାର ବର୍ଷ ପୁରୁଣା। ଏ ଦେଶଟି ସଙ୍ଗୀତ, ନୃତ୍ୟ ଓ କଳାକୃତି ପାଇଁ ଜଣାଶୁଣା।
Author: Amaresh Biswal | Credit: Google
ଭିଏତନାମ୍: ଭିଏତନାମର ଖାଦ୍ୟ ଖୁବ୍ ପ୍ରସିଦ୍ଧ। ଏଠାକାର ନୁଡୁଲ୍ସ ସୁପ୍ ଫୋ ଏବଂ ଭିଏତନାମ ସ୍ୟାଣ୍ଡୱିଚ୍ ଓ ବିଭିନ୍ନ ପ୍ରକାର ଚା ଭାରି ପ୍ରସିଦ୍ଧ
Author: Amaresh Biswal | Credit: Google
ଭେନେଜୁଏଲା: ଏହି ଦକ୍ଷିଣ ଆମେରିକୀୟ ଦେଶଟି ବଡ଼ ବଡ଼ ଜଳପ୍ରପାତ ପାଇଁ ବେଶୀ ଜଣାଶୁଣା। ଏଠାରେ ୯୭୯ ମିଟର ଉଚ୍ଚର ଏକ ଜଳପ୍ରପାତ ମଧ୍ୟ ରହିଛି।
Author: Amaresh Biswal | Credit: Google
ଭେନେଜୁଏଲା: ଏକଥା ଖୁବ୍ କମ୍ ଲୋକ ଜାଣନ୍ତି ଯେ, ଭେନେଜୁଏଲା ହେଉଛି ବିଶ୍ୱର ସର୍ବାଧିକ ତୈଳ ଉତ୍ପାଦନ କରୁଥିବା ଦେଶ। ଏହାର ଜନସଂଖ୍ୟା ହେଲା ୨.୮୮ କୋଟି।